LIVE TV

ପାହାଡ଼ ଉପରୁ ଖସୁଛି ପଥର, କଳିଙ୍ଗା ଘାଟିରେ ପୁଣି କାମ ବନ୍ଦ ପାଇଁ ନିର୍ଦ୍ଦେଶ

NEWS7
ghati

ଜି.ଉଦୟଗିରି ୨୮।୦୯ : ବର୍ଷା ସାଜୁଛି କାଳ । କଳିଙ୍ଗାରେ ଭୁସ୍ଖଳନ ପାଇଁ ମଝିରେ ମଝିରେ ଖସୁଛି ପାହାଡ଼ । ଯାହାଫଳରେ ରାସ୍ତା ମରାମତି କାମ ବନ୍ଦ ରଖିଛି ଜାତୀୟ ରାଜପଥ ବିଭାଗ । ପ୍ରାୟ ତିନି ଦିନ କାମ ବନ୍ଦ ରହିବ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ୧୬ ତାରିଖରେ କଳିଙ୍ଗା ଘାଟିରେ ପ୍ରବଳ ବର୍ଷା ଲାଗି ଭୁସ୍ଖଳନ ହୋଇଥିଲା । ଯାହାଫଳରେ ଘାଟି ରାସ୍ତାର କିଛି ଅଂଶ ଧୋଇଯାଇଥିଲା । ଶେଷରେ ବାଧ୍ୟ ହୋଇ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାରେ ଯିବାଆସିବା ବନ୍ଦ ରଖାଯାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମରାମତି କାମ ଜାରି ରହିଥିଲା । ବାରମ୍ବାର ଭୁସ୍ଖଳନ ଲାଗି ରାସ୍ତା କାମ ସଂପୂର୍ଣ୍ଣ ହୋଇନଥିଲା । ଏପିରିକି କିଛି ଦିନ ତଳେ କନ୍ଧମାଳ ଜିଲ୍ଲାପାଳ ଉକ୍ତ ରାସ୍ତା ଆସନ୍ତା ୩୧ ଯାଏଁ ଯିବାଆସିବା ଉପରେ କଟକଣା ଜାରି କରିଥିଲେ । ଏସବୁ ଭିତରେ ମରାମତି କାମ ଜାରି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଶନିବାର କଳିଙ୍ଗା ଘାଟିରେ ପୁଣି ଥରେ ଭୁସ୍ଖଳନ ହୋଇଛି । ଯାହାଫଳରେ ପାହାଡ଼ର ଛୋଟ ଛୋଟ ପଥର ଖଣ୍ଡ ଖସିଛୁ । ଏପିରିକି ମରାମତି ହୋଇଥିବା ରାସ୍ତା ନଷ୍ଟ ହୋଇଯାଇଛି ।  ପ୍ରବଳ ମାତ୍ରାରେ ପାହାଡ଼ ଉପରୁ ପାଣି ମଧ୍ୟ ବର୍ଷୁଛି । ତେବେ ସବୁକୁ ଦୃଷ୍ଟି ରଖି ଏବଂ ଶ୍ରମିକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜାତୀୟ ରାଜପଥ ବିଭାଗ । କଳିଙ୍ଗା ବନ୍ଦ ଲାଗି କନ୍ଧମାଳ ଜିଲ୍ଲା ଗଞ୍ଜାମ ଜିଲ୍ଲାକୁ ଯାତାୟତ ପୁରା ବନ୍ଦ ରହିଛି ।