ଟିମ୍ ଇଣ୍ଡିଆ T-20 ବିଶ୍ୱକପ୍ ଜର୍ସିକୁ ନେଇ ବିବାଦ, ଦାମ୍ ଦେଖି ତାତିଲେ ଫ୍ୟାନ୍ସ

Published By : Prameya-News7 Bureau | May 07, 2024 IST

ମୁମ୍ୱାଇ ୦୭/୦୫: ଜୁନ୍ ମାସରେ ଖେଳାଯିବ ଟି-୨୦ ବିଶ୍ୱକପ୍ । ଆମେରିକା ଓ୍ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ ଏହି କ୍ରୀଡା ମହାକୁମ୍ଭ ୨୦୨୪ । ତେବେ ଟିମ୍ ଇଣ୍ଡିଆ ତାର ପ୍ରଥମ ମ୍ୟାଚ୍ ନ୍ୟୁୟର୍କରେ ୫ ଜୁନ୍ ଆୟରଲାଣ୍ଡ ବିପକ୍ଷରେ ଖେଳିବ । 

ଏବେ ଭାରରତୀୟ ଖେଳାଳି ଆଇପିଏଲ୍‌ରେ ବ୍ୟସ୍ତ ଅଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ ନୂଆ ଜର୍ସିରେ ମୈଦାନକୁ ଓହ୍ଲାଇବ । ବିଶ୍ୱକପ୍‌ ପୂର୍ବରୁ ବିସିସିଆଇ ଲଞ୍ଚ କରିଛି ନୂଆ ଜର୍ସି । ନୂଆ ଜର୍ସିରେ ରହିଛି ଫିକା ଗେରୁଆ । ଏହା ସହ କଲରରେ ଦିଆଯାଇଛି ତ୍ରିରଙ୍ଗାକୁ ସ୍ଥାନ । ଏବେ ଏହି ଜର୍ସି ADIDAS ଷ୍ଟୋର ଏବଂ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ । 


କିନ୍ତୁ ଏହାର ଦାମ୍ ଶୁଣି ଭଡକିଛନ୍ତି ଫ୍ୟାନ୍ସ । ଫ୍ୟାନ୍ସଙ୍କ କହିବା କଥା ଏହାର ଦାମ୍ ବହୁତ୍ । ସୋସିଆଲ ମିଡିଆରେ ବି କିଛି ଲୋକ ଏହାର ଦାମ୍ ଶୁଣି ନ କିଣିବାକୁ କୁଣ୍ଠାବୋଧ କରିଛନ୍ତି । କହିଛନ୍ତି ଏହାକୁ କିଣିବେନି । କହିବାକୁ ଗଲେ ଜର୍ସିର ଦାମ୍‌ ଆଡିଡାସ୍ ୫,୯୯୯ ରଖିଛି । ଯାହା ଫ୍ୟାନ୍ସଙ୍କୁ ହଜମ ହୋଇନି । ଏହାକୁ ନେଇ ତାତିଛନ୍ତି ଦର୍ଶକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.