ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ଵକପର ଓ୍ଵାର୍ମଅପ୍ ମ୍ୟାଚ୍ ଆରମ୍ଭ ହୋଇ ସାରିଛି। ପ୍ରଥମ ଦିନରେ ୩ଟି ମ୍ୟାଚ୍ ଖେଳା ଯାଇଛି।ଏଥିରେ ପ୍ରଥମ ମ୍ୟାଚ୍ରେ କାନାଡା ନେପାଳକୁ, ଓମାନ ପପୁଆ ନ୍ୟୁ ଗିନିକୁ ଏବଂ ନାମିବ୍ୟା ୟୁଗାଣ୍ଡା ଦଳକୁ ହରାଇଛନ୍ତି।
କାନାଡ଼ା ବନାମ ନେପାଳ
ପ୍ରଥମ ଓ୍ଵାର୍ମଅପ୍ ମ୍ୟାଚ୍ରେ କାନାଡ଼ା ଏକତରଫା ମ୍ୟାଚ୍ରେ ନେପାଳକୁ ୬୩ ରନରେ ହରାଇଛି। ପ୍ରଥମେ ବ୍ୟାଟିଂ କରି କାନାଡ଼ା ୭ ଓ୍ଵିକେଟ୍ ବିନିମୟରେ ୧୮୩ ରନ କରିଛି। କାନାଡ଼ା ପକ୍ଷରୁ ନିକୋଲାସ କିର୍ଟୋନ ୫୨ ରନ କରିଥିବା ବେଳେ ରବିନ୍ଦରପାଲ ସିଂ ୧୭ ବଲ୍ରୁ ୪୧ ରନର ବିସ୍ପୋରକ ଇନିଂସ ଖେଳିଛନ୍ତି। ଜବାବରେ ନେପାଳ ପାଇଁ କୁଶଲ ମଲ୍ଲା ୩୭ ରନର ଇନିଂସ ଖେଳିଥିଲେ ହେଁ ଦଳ ୧୨୦ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ କାନାଡ଼ା ପକ୍ଷରୁ ଡିଲ୍ଲୋନ ହିଲିଙ୍ଗ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
ପପୁଆ ନ୍ୟୁଗିନି ବନାମ ଓମାନ
ଟି-୨୦ ବିଶ୍ଵକପର ଦ୍ଵିତୀୟ ଓ୍ଵାର୍ମଅପ୍ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ପପୁଆ ନ୍ୟୁଗିନି ଏବଂ ଓମାନ। ଏହି ମୁକାବିଲାକୁ ଓମାନ ୩ ଓ୍ଵିକେଟ୍ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ପପୁଆ ନ୍ୟୁଗିନି ୯ ଓ୍ଵିକେଟ୍ ହରାଇ ୧୩୭ ରନ କରିଥିଲା। ପପୁଆ ନ୍ୟୁ ଗିନି ପାଇଁ ଲେଗା ସିୟାକା ସର୍ବାଧିକ ୨୮ ରନ କରିଛନ୍ତି। ଓମାନର ଅଧିନାୟକ ଆକିବ ସୁଲେହରୀ ୩ ଓ୍ଵିକେଟ୍ ଓ ବିଲାଲ ଖାନ ୨ଟି ଓ୍ଵିକେଟ୍ ନେଇଛନ୍ତି। ଜବାବରେ ଓମାନ ପକ୍ଷରୁ ପିଏନଜି ୪୫ ରନ କରି ଦଳକୁ ବିଜୟୀ କରାଇଛନ୍ତି।
ନାମିବ୍ୟା ବନାମ ୟୁଗାଣ୍ଡା
ତୃତୀୟ ଓ୍ଵାର୍ମ ଅପ୍ ମ୍ୟାଚ୍ରେ ନାମିବ୍ୟା ୟୁଗାଣ୍ଡାକୁ ୫ ଓ୍ଵିକେଟ୍ରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ୟୁଗାଣ୍ଡା ୮ ଓ୍ଵିକେଟ୍ ବିନିମୟରେ ୧୩୪ ରନ କରିଥିଲା। ୟୁଗାଣ୍ଡା ପକ୍ଷରୁ ବ୍ୟାଟିଂରେ ରୋଜର ମୁକାସା ୫୧ ରନ ଓ ରୋବିନ୍ସ ଓବୁଆ ୩୮ ରନ କରିଥିଲେ। ଜବାବରେ ନାମିବ୍ୟା ତରଫରୁ ଅଧିନାୟକ ଗେରହାର୍ଡ ଇରାସମସ ଓ ଜ୍ୟାକ ବ୍ରେସେଲ ୨-୨ ଓ୍ଵିକେଟ୍ ନେଇଛନ୍ତି। ନିକୋଲାସ ଡାଭିନ ଦଳ ପାଇଁ ୫୪ ରନର ଖେଳି ଦଳକୁ ଦମଦାର ବିଜୟ ଦେଇଛନ୍ତି।