ଟିମ୍‌ ଇଣ୍ଡିଆର କୋଚ ପାଇଁ ୩ ହଜାର ଆବେଦନ, ଏଥିରେ ଅଛି ମୋଦି-ଧୋନି-ସଚ୍ଚିନଙ୍କ ନାଁ !

Published By : Prameya-News7 Bureau | May 28, 2024 IST

ମୁମ୍ବାଇ ୨୮।୦୫ : ଟିମ୍‌ ଇଣ୍ଡିଆର କୋଚ ପଦ ପାଇଁ ସରିଲା ଆବେଦନ ସମୟ । ମେ ୨୭ ତାରିଖ ଥିଲା କୋଚ ପଦ ପାଇଁ ଆବେଦନର ଶେଷ ତାରିଖ। ଏହି ତାରିଖର ମଧ୍ୟରେ ବିସିସିଆଇକୁ ଆସିଛି ୩ ହଜାରରୁ ଅଧିକ ଆବେଦନ ପତ୍ର । ହେଲେ ଏହି ଆବେଦନ ପତ୍ର ମଧ୍ୟରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ…

ଖବର ଅନୁଯାୟୀ, ଜୁନ୍‌ ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆନ୍‌ର ହେଡ୍‌ କୋଚ ରାହୁଲ୍‌ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଆଗାମୀ ଦିନରେ ଟିମ୍‌ ଇଣ୍ଡିଆର ଆଉ କୋଚ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ରାହୁଲ ଦ୍ରାବିଡ । ଯାହାଫଳରେ ବିସିସିଆଇ କୋଚ ପଦ ଲାଗି ଆବେଦନ ପତ୍ର ଆରମ୍ଭ କରିଥିଲା । ଯାହା ମେ ୨୭ ତାରିଖ ଯାଏଁ ଥିଲା । ଏହି ତାରିଖ ମଧ୍ୟରେ କୋଚ୍‌ ପଦ ଲାଗି ବିସିସିଆଇକୁ ମୋଟ ୩ ହଜାର ଆବେଦନ ଆସିଛି । ଯେଉଁଥିରେ ଅନେକ ଫେକ୍‌ ରହିଛି । ଯେପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ସଚ୍ଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି, ହରଭଜନ ସିଂହ ପରେ ଅନେକ ରହିଛନ୍ତି ।  ଏହିସବୁ ବ୍ୟକ୍ତିବିଶେଷଙ୍କ ନାଁ କିଏ ଫେକ୍‌ ଆଇଡି କରି ଟିମ୍‌ ଇଣ୍ଡିଆର କୋଚ ପଦ ଲାଗି ଆବେଦନ କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛି ବିସିସିଆଇ । ଏହାସହିତ ଗୁଗୁଲ୍‌କୁ ଡାଟା ମଧ୍ୟ ମାଗିଛି । 




ସୂଚନାଯୋଗ୍ୟ ଯେ, ଦ୍ରାବିଡଙ୍କ ଉତ୍ତରାଧିକାରୀ କିଏ ହେବ ? ସେନେଇ ଚିନ୍ତାରେ ପଡିଛି ବିସିସିଆଇ । କିଛି ଦିନ ତଳେ ଅଷ୍ଟ୍ରେଲିଆ କ୍ରିକେଟ୍‌ର ରିକି ପଣ୍ଟିଂ, ଜଷ୍ଟିନ୍‌ ଲାଙ୍ଗର, ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ଷ୍ଟିଫେନ୍‌ ପ୍ଲେମିଂଙ୍କ ନାଁ ଚର୍ଚ୍ଚା ହେଉଥିଲା । ଏମାନଙ୍କୁ ଟିମ୍‌ ଇଣ୍ଡିଆର କୋଚ ପଦ ଲାଗି ଅଫର କରାଯାଇଥିବା କଥା କହିଥିଲେ । ହେଲେ ଏସବୁ କଥାକୁ ଖଣ୍ଡନ କରିଥିଲେ ବିସିସିଆଇ ସଚିବ ଜୟ ଶାହ । ସେ କହିଥିଲେ ଯେ, ଆମ ବୋର୍ଡ ପକ୍ଷରୁ କୌଣସି କ୍ରିକେଟ୍‌ରଙ୍କୁ କୋଚ ପଦ ଲାଗି ଅଫର ଦିଆଯାଇନାହିଁ ।ତେଣୁ ଏସବୁ କଥା ମିଛି । ସେହିପରି ଟିମ୍‌ ଇଣ୍ଡିଆର କୋଚ ପଦ ଲାଗି  ଗୌତମ ଗମ୍ଭୀରଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି ।  

 

  • BCCI
  • IPL
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.