LIVE TV

କାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତା ବିଜୟ ଦେବରକୋଣ୍ଡା, ଯାଉଥିଲେ ହାଇଦ୍ରାବାଦ

NEWS7
gfx

ହାଇଦ୍ରାବାଦ ୬।୧୦: ଦକ୍ଷିଣୀ ସିନେମା ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ କାର ଦୁର୍ଘଟଣାର ଶିକାର ହୋଇଛି। ତେବେ ଦେବରକୋଣ୍ଡା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ହାଇଦ୍ରାବାଦ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି, ତାଙ୍କ କାରକୁ ଏକ ଦ୍ରୁତଗାମୀ ଗାଡ଼ି ପଛରୁ ଧକ୍କା ଦେଇଛି । ଏନଡିଟିଭି ରିପୋର୍ଟ ଅନୁସାରେ ଦେବରକୋଣ୍ଡା ପୁଟପର୍ତ୍ତିରୁ ହାଇଦ୍ରାବାଦ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ଦେବରକୋଣ୍ଡାଙ୍କ ଗାଡ଼ିକୁ ଧକ୍କା ଦେବା ପରେ ଡ୍ରାଇଭର ଅଟକିବା ବଦଳେ ଖସି ପଳାଇଛି। ଏହି ମାମଲାରେ ପୋଲିସ ଏକ ଅଭିଯୋଗ ରୁଜୁ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। ଅଭିନେତା ବିଜୟ ଦେବରକୋଣ୍ଡା ଏବେ ରଶ୍ମିକା ମନ୍ଦାନାଙ୍କ ସହ ନିର୍ବନ୍ଧ ପାଇଁ ଦେଶରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତ୍ତି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ। ତେବେ ଦୁର୍ଘଟଣାକୁ ନେଇ ରଶ୍ମିକା ଅଥବା ବିଜୟ ଦେବରକୋଣ୍ଡା କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ନିର୍ବନ୍ଧ ପରେ ବିଜୟଙ୍କୁ ତାଙ୍କ ପରିବାର ସହିତ ଶ୍ରୀ ସତ୍ୟସାଇ ବାବାଙ୍କ ମହାସମାଧିରେ ଦେଖା ଯାଇଛି। ଅଭିନେତାଙ୍କ  ଏହି ଫଟୋ ଓ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଉଲ୍ଲେଖଯୋଗ୍ୟ ଯେ ରଶ୍ମିକା ଓ ବିଜୟ ୨୦୧୮ ମସିହାରେ ‘ଗିତା ଗୋବିନ୍ଦମ’ରେ ଏକତ୍ର କାମ କରିଥିଲେ। ସେବେଠୁ ସେମାନେ ପରସ୍ପର ନିକଟତମ ହୋଇଥିଲେ। ଏହାପରେ ଦୁଇଜଣଙ୍କୁ ଅନେକ ଥର ଲଞ୍ଚ ଓ ଡିନର ଡେଟରେ ଦେଖାଯାଇଥିଲା। ଏବେ ଖବର ଆସୁଛି ଆଗାମୀ ବର୍ଷ ପ୍ରାରମ୍ଭରେ ବିଜୟ ଓ ରଶ୍ମିକା ବିବାହ ବନ୍ଧନରେ ଆବଦ୍ଧ ହୋଇ ପାରନ୍ତି।