ବଲିଉଡ୍ ଷ୍ଟାର୍ ଗୋବିନ୍ଦା ଏକନାଥଙ୍କ ଶିବସେନାରେ ସାମିଲ୍: ମୁମ୍ବାଇ ଉତ୍ତରରୁ ଲଢ଼ିପାରନ୍ତି ଲୋକସଭା ନିର୍ବାଚନ

Published By : Prameya-News7 Bureau | March 28, 2024 IST

indiatoday

ମୁମ୍ବାଇ: ବଲିଉଡ୍‌ ଡାନ୍ସିଂ ହିରୋ ଗୋବିନ୍ଦା ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଛନ୍ତି। ସେ ମୁମ୍ବାଇ ଉତ୍ତରରୁ ଲୋକସଭା ନିର୍ବାଚନ ଲଢ଼ିବା ଚର୍ଚ୍ଚା ଜୋର ଧରିଛି। ଏନେଇ ଗୁରୁବାର(୨୮ ମାର୍ଚ୍ଚ) ସକାଳେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ସରିବା ପରେ ଗୋବିନ୍ଦା ସିନ୍ଦେଙ୍କ ଶିବସେନାରେ ସାମିଲ୍ ହୋଇଛନ୍ତି। 

ମିଡିଆ ରିପୋର୍ଟ ଅନୁସାରେ, ଗୋବିନ୍ଦା ସିନ୍ଦେ ଶିବସେନା ଟିକେଟ୍‌ରେ ଉତ୍ତର-ପଶ୍ଚିମ ମୁମ୍ବାଇ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ଏହି ଆସନରେ ତାଙ୍କର ମୁକାବିଲା ଉଦ୍ଧଭ ଶିବସେନା ପ୍ରାର୍ଥୀ ଅମୋଲ କିର୍ତ୍ତିକରଙ୍କର ସହ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।   

ଏହା ପୂର୍ବରୁ ଗୋବିନ୍ଦା ୨୦୦୪ କଂଗ୍ରେସ ଟିକେଟ୍‌ରୁ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସେ ବିଜେପି ନେତା ରାମ ନାୟକଙ୍କୁ ପରାସ୍ତ କରିଥିଲେ। ଏହାପରେ ଗୋବିନ୍ଦା ନିଜକୁ ଦଳ ଓ ରଜନୀତିରୁ ଦୂରେଇ ୨୦୦୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।

ସୂଚନା ଥାଉକି ମହାରାଷ୍ଟ୍ରର ୪୮ ଲୋକସଭା ଆସନ ପାଇଁ ଦୁଇଠି ପର୍ଯ୍ୟାୟ ଏପ୍ରିଲ ୧୯ ଓ ମେ ୨୦ ତାରିଖରେ ନିର୍ବାଚନ ହେବ।  ଜୁନ ୪ ତାରିଖରେ ଭୋଟ ଗଣତି କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.