ଆମେରିକାର ଛାତି ଉପରେ ହମଲା। ହ୍ୱାଇଟ ହାଉସ ନିକଟରେ ଫାୟାରିଂ। ଟ୍ରମ୍ପ କହିଲେ ଆସିଛି ଆଫଗାନ ଏଲିଅନ। ଆକ୍ରମଣ ପଛରେ ବିଦେଶୀ ମଡ୍ୟୁଲ। ଆମେରିକାର ବାଣିଜ୍ୟ ବ୍ୟବସାୟର ପେନ୍ଥସ୍ଥଳ ୱାଶିଂଟନ୍ ଡିସିରେ ଆତଙ୍କୀ ହମଲା। ହ୍ୱାଇଟ୍ ହାଉସ୍ ଠାରୁ ମାତ୍ର କିଛି ଦୂରରେ ଦୁଇ ଜଣ ନ୍ୟାସନାଲ୍ ଗାର୍ଡ ସୈନିକଙ୍କୁ ଗୁଳି। ଫରାଗାଟ୍ ମେଟ୍ରୋ ଷ୍ଟେସନ୍ ନିକଟରେ ଏହି ଆକ୍ରମଣ ହୋଇଛି। ଏଥିରେ ୨ ସେନାଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଉଭୟ ସେନାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସର ପାଲଟା ଗୁଳିମାଡ଼ରେ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛନ୍ତି।

ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆଇନ ପ୍ରବର୍ତ୍ତନ ସଂସ୍ଥା ଅନୁଯାୟୀ, ଆକ୍ରମଣକାରୀର ନାମ ରହମାନୁଲ୍ଲାହ ଲକାନୱାଲ୍ ବୋଲି ଜଣାପଡ଼ିଛି। ରହମାନୁଲ୍ଲାହ ୨୯ ବର୍ଷୀୟ ଆଫଗାନିସ୍ତାନ ନାଗରିକ। ୨୦୨୧ ମସିହାରେ ସେ ଆମେରିକା ଆସିଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସେ ଏକା ହିଁ ଆକ୍ରମଣ କରିଥିଲେ। ଯଦିଓ ତାଙ୍କ ପରିଚୟର କିଛି ଦିଗ ଏପର୍ଯ୍ୟନ୍ତ ନିଶ୍ଚିତ କରାଯାଉଛି।FBI ଏବେ ଏହି ମାମଲାକୁ ଏକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଭାବରେ ତଦନ୍ତ କରୁଛି। ଗୃହ ସୁରକ୍ଷା ବିଭାଗ କହିଛି ଯେ ସନ୍ଦିଗ୍ଧ ବ୍ୟକ୍ତି ୨୦୨୧ ମସିହାରେ ଆଫଗାନିସ୍ତାନରୁ ଆମେରିକାରେ ପ୍ରବେଶ କରିଥିଲା।

'ଅପରେସନ୍ ଆଲାଇଜ୍ ୱେଲକମ୍' ଅଧୀନରେ ପ୍ରବେଶ କରିଥିଲା, ଯାହା ଆଫଗାନ ନାଗରିକଙ୍କୁ ଆଶ୍ରୟ ପ୍ରଦାନ କରେ।ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ 'ଆତଙ୍କବାଦୀ ଆକ୍ରମଣ' ବୋଲି କହିଛନ୍ତି। ସେ ୱାଶିଂଟନ୍ ଡିସିକୁ ସୁରକ୍ଷା ଦେବା ପାଇଁ ଅତିରିକ୍ତ ୫୦୦ ସେନା ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି- ଏହା ନୃଶଂସ। ସମଗ୍ର ଦେଶ ଏବଂ ମାନବତା ଉପରେ ଏକ ଆକ୍ରମଣ। ଏହା ଏକ ଘୃଣ୍ୟ ଆକ୍ରମଣ। ଆତଙ୍କବାଦର କାର୍ଯ୍ୟ ଥିଲା।

ଏହା ଆମ ସମଗ୍ର ଜାତି ବିରୁଦ୍ଧରେ ଅପରାଧ। ଟ୍ରମ୍ପ୍ ଏହା ମଧ୍ୟ କହିଛନ୍ତି ଯେ 2021 ମସିହାରେ ଆଫଗାନିସ୍ତାନରୁ ଯେଉଁମାନଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା ସେମାନଙ୍କର ପୁନର୍ବାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ଉଚିତ।ନ୍ୟାସନାଲ ଗାର୍ଡ ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛି ହ୍ୱାଇଟ୍ ହାଉସ୍। ଆକ୍ରମଣ ପଛରେ ଥିବା ଷଡ଼ଯନ୍ତ୍ର, ଉଦ୍ଦେଶ୍ୟ ଏବଂ ଆତଙ୍କବାଦୀ ଲିଙ୍କର ତଦନ୍ତ ବର୍ତ୍ତମାନ ଚାଲିଛି। ମେଟ୍ରୋପଲିଟାନ୍ ପୋଲିସ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ମୁଖ୍ୟ ଜେଫ୍ରି କ୍ୟାରୋଲ୍ କହିଛନ୍ତି ଯେ ଆକ୍ରମଣଟି "ଅଚାନକ ଏବଂ ସମ୍ପୂର୍ଣ୍ଣ ଭାବରେ ଜାଣିଶୁଣି କରାଯାଇଥିବା" ପରି ମନେ ହେଉଛି।

ନ୍ୟାସନାଲ ଗାର୍ଡ, ମେଟ୍ରୋପଲିଟାନ୍ ପୋଲିସ ବିଭାଗ, ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ ସେବା ଏବଂ ମେଟ୍ରୋ ଟ୍ରାଞ୍ଜିଟ୍ ପୋଲିସକୁ ନେଇ ଏକ ମିଳିତ ଅଭିଯାନରେ ଆକ୍ରମଣକାରୀଙ୍କୁ ଶୀଘ୍ର ହେପାଜତକୁ ନିଆଯାଇଥିଲା। ଗୁଳି ଫୁଟିବା ସମୟରେ ଏହି ଏଜେନ୍ସିଗୁଡ଼ିକର ଅନେକ କର୍ମଚାରୀ ପୂର୍ବରୁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।ହ୍ୱାଇଟ୍ ହାଉସ ହେଉଛି ଆମେରିକାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆବାସ । ଏଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁହନ୍ତି । ଏଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ଖୁଲମଖୁଲା ଗୁଳିମାଡ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୈଦେଶିକ ବିଶେଷଜ୍ଞ କହିଛନ୍ତି ଆମେରିକାର ବଳରେ ଆଫଗାନିସ୍ତାନ ଉପରେ ଆକ୍ରମଣ କରୁଛି ପାକିସ୍ତାନ। ଇସାଲାମବାଦ-ଓ୍ୱାଶିଂଟନ ନିବିଡ଼ ସମ୍ପର୍କ ଆମେରିକା ପାଇଁ ବିପଦ ସାଜିପାରେ। ଭବିଷ୍ୟତରେ ବଡ଼ ଧରଣର ଆତଙ୍କୀ ହମଲାକୁ ଏଡାଇ ହେବନି।