News7 Logo

କିଲର କନଷ୍ଟେବଲ ଦୀପକ ରାଉତ ଚାକିରିରୁ ସସ୍‌ପେଣ୍ଡ, ଆଗକୁ ରି-ଓପନ ହେବ ପ୍ରଥମ ପତ୍ନି ମୃତ୍ୟୁ କେସ୍

NEWS7
dipak rout

ଭୁବନେଶ୍ୱର ୧୮/୦୯: ଯେମିତି ସମୟ ବଢୁଛି, ସେତିକି କେସ୍ ଉପରୁ ହଟିବାରେ ଲାଗିଛି ପରଦା । ଦୀପକ ପେଡିର ଅପରାଧ ଖୋଲିବାରେ ଲାଗିଛି । ଜଘନ୍ୟ ଅପରାଧରେ ସାଂଘାତିକ ତଥ୍ୟ ପୋଲିସ ଆଗରେ ଫିଲ୍ମ ପରି ମନେ ହେଉଛି । ଯାହା ସଦ୍ୟ ମିଳିଥିବା ଅନୁସାରେ ଭୁବନେଶ୍ୱରରେ ଶୁଭମିତ୍ରାକୁ ହତ୍ୟା ପରେ କାର୍‌ରେ ଲୁଚାଇ ରଖିଥିଲା ମୃତଦେହ । 

​​​​​​​ବିଶେଷ କରି କମିଶନରେଟ ପୋଲିସ ପରିସରରେ କାର୍ ଭିତରେ ମୃତଦେହକୁ ରଖିଥିଲା ଦୀପକ । ୫ ଘଣ୍ଟା ଧରି କାର୍ ଡିକିରେ ରହିଥିଲା ଶୁଭମିତ୍ରାଙ୍କ ମୃତଦେହ । ଖାଲି ସେତିକି ନୁହେଁ, ଶୁଭମିତ୍ରା ସନ୍ୟାସିନୀ ହୋଇଯାଇଛି ବୋଲି ପରିବାର ଲୋକଙ୍କୁ କହିଥିଲା ଦୀପକ । ଆଉ ଖୋଜିବାକୁ ବି ପରିବାର ଲୋକଙ୍କୁ ଧରି ପୁରୀ, ମଥୁରା, ବୃନ୍ଦାବନ ଯାଇଥିଲା ଦୀପକ । 

ସେପଟେ ​​​​​​​ଶୁଭମିତ୍ରା ମୃତ୍ୟୁ ଘଟଣାରେ କିଲର କନଷ୍ଟେବଲ୍ ଦୀପକ ରାଉତ ନିଲମ୍ବିତ । ଗିରଫ ପରେ ନିଲମ୍ବନ କଲେ ଡିସିପି । ଦୀପକକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆବଶ୍ୟକ ପଡ଼ିଲେ ପ୍ରଥମ ପତ୍ନୀ ମୃତ୍ୟୁ କେସ୍ ରି ଓପନ ହେବ । ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ୨୦୨୨ରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ କହିଥିଲା ଦୀପକ । ଏନେଇ କମିଶନରେଟ ପୋଲିସ ସହ ଯୋଗାଯୋଗରେ ରହିଛି କଟକ ଗ୍ରାମାଞ୍ଚଳ ପୋଲିସ । ସବୁ ଦିଗକୁ ନେଇ କମିଶନରେଟ୍ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା କଟକ ଗ୍ରାମାଞ୍ଚଳ ପୋଲିସ ସୂଚନା ଦେଇଛନ୍ତି ।

କାରଣ କନଷ୍ଟେବଲ ଶୁଭମିତ୍ରାଙ୍କ ହତ୍ୟା ରହସ୍ୟ ଖୋଲିବା ପରେ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଦୁର୍ଘଟଣାରେ ନୁହଁ, ଦୀପକ ହିଁ ହତ୍ୟା କରିଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ । ଘଟଣାର ପୁଣି ଥରେ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ବାପା, ମା’ ଓ ଭଉଣୀ । ତଦନ୍ତ କଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି । ଏହାରି ଭିତରେ ଭଉଣୀ କରିଛନ୍ତି ସାଂଘାତିକ ଖୁଲାସା । କହିଛନ୍ତି ମୋ ଭଉଣୀ ମୃତ୍ୟୁ ବେଳକୁ ୬ ମାସର ଥିଲା ଗର୍ଭବତୀ । ଏମିତିକି ପୋଷ୍ଟମର୍ଟମ ବେଳେ ଶୁଭମିତ୍ରା ବି ସେଠାରେ ଉପସ୍ଥିତ ଥିବା କହିଛନ୍ତି ।