ବିବାହର ୮ ବର୍ଷ ପରେ ଛାଡପତ୍ର: ଗୋଟିଏ ଝିଅର ବାପା ଏହି ଅଭିନେତା, ତଥାପି ସରୁନି ପ୍ରେମ

Published By : Prameya-News7 Bureau | May 01, 2024 IST

ମୁମ୍ୱାଇ  ୦୧/୦୫: ବିବାହର ୮ ବର୍ଷ ପରେ ଅଲଗା ହେଲେ । ଉଭୟଙ୍କର ଗୋଟିଏ ଝିଅ ବି ଅଛି । ତଥାପି ସରୁନି ପ୍ରେମ, ଏବେ ପୁଣିଥରେ ଦ୍ୱିତୀୟ ତର ବିବାହ କରିବାକୁ ବଳାଇଛନ୍ତି ମନ । ଆମେ କହୁଛୁ ବଲିଉଡ୍ ତଥା ଟେଲି ଅଭିନେତା ଆମୀର ଅଲ୍ଲୀଙ୍କ କଥା । 

କହିବାକୁ ଗଲେ ଆମୀର ଅଲ୍ଲୀ ଟେଲିଭିଜନ ଏବଂ ତଥା ବଲିଉଡର ଜଣାଶୁଣା ଅଭିନେତା । ତାଙ୍କ ତାଙ୍କର ପର୍ସନାଲ ଓ ପ୍ରଫେସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚିତ । ନିକଟରେ ସେ ଲୁଟେରା ସିରିଜ୍‌ରେ ଦେଖିବାକୁ ମିଳିଥିଲା । ଆମୀର ଅଲ୍ଲୀ ୨୦୧୨ରେ ସଞ୍ଜିଦା ଶେଖ୍‌ଙ୍କୁ ବିବାହ କରିଥଲେ । 

ବିବାହ ପୂର୍ବରୁ ଦୁଇ ଜଣ ଅନେକ ଦିନ ଧରି ରିଲେସନ ସିପ୍‌ରେ ଥିଲେ । ଏମାନଙ୍କର ଗୋଟିଏ ଝିଅ ବି ଅଛି । ତଥାପି ଏମାନଙ୍କ ସମ୍ପର୍କରେ ପଡିଥିଲା ଭଟ୍ଟା । ଯେବେ ସମ୍ପର୍କ ଅତି ତିକ୍ତ ହେଲା ସେବେ ଅଲଗା ହେବାର ଉଭୟ ନେଇଗଲେ ନିଷ୍ପତ୍ତି । ୨୦୨୨ରେ ଉଭୟଙ୍କର ହୋଇଥିଲା ଛାଡପତ୍ର । 

ସଞ୍ଜିଦାଙ୍କୁ ଛାଡି ଆମୀରଙ୍କ ସମ୍ପର୍କ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମୀତାଙ୍କ ଯୋଡଗଲା । ଦୁଇ ଜଣଙ୍କ ଆଫେୟାର୍ସ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଏବେ ଶୁଣିବାକୁ ମିଳୁଛି ସେ କୁଆଡେ ଦ୍ୱିତୀୟ ବିବାହ କରିବାକୁ ଯାଉଛି । ନିକଟରେ ସାକ୍ଷାତକାରରେ ସେ କହିଥିଲେ ଯେ ଅନେକ ସମୟ ଧରି ମୁଁ ମୋ ରିଲେସନକୁ ନେଇ ଚିନ୍ତିତ ଅଛି । 

ଆଗକୁ କିଛି ନିଷ୍ପତ୍ତି ନେଇପାରେ । ଏଥିରୁ ସ୍ପଷ୍ଟ ଅନୁମାନ ଯେ ସେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି । ତେବେ କାହାକୁ ବିବାହ କରିବେ ସେ ନେଇ ସ୍ପଷ୍ଟ ସୂଚନା ମିଳିନି । କିନ୍ତୁ ଆଗକି କିଛି ତ ଘଟିବ ନିଶ୍ଚୟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.