ବିନା ଗଡଫାଦରରେ ବଲିଉଡରେ ସକ୍‌ସେସ ହିରୋ ନାନା ପାଟେକର, କାରଗିଲ ଯୁଦ୍ଧ ପାଇଁ ଆକ୍ଟିଂ ଛାଡିଦେଇଥିବା ନାନା ଏବେ କରୁଛନ୍ତି କଣ ?

Published By : Prameya-News7 Bureau | May 15, 2024 IST

ମୁମ୍ବାଇ ୧୫/୫: ବଲିଉଡରେ ଏମିତି ବହୁତ କମ୍ ଷ୍ଟାର ଅଛନ୍ତି, ଯେଉଁମାନେ କଠୋର ପରିଶ୍ରମ କରି ଜିରୋରୁ ହିରୋ ହୋଇଛନ୍ତି । ଖାସ କରି ବିନା ଗଡଫାଦରରେ ନିଜର ଏକ ନିଆରା ଅନ୍ଦାଜ ବନାଇଛନ୍ତି । ଏମିତି ଜଣେ ଆକ୍ଟରଙ୍କ ବିଷୟରେ ଆପଣ ଜାଣନ୍ତି କି ? ସେ ହେଉଛନ୍ତି ସମସ୍ତଙ୍କ ପସନ୍ଦର ହିରୋ ନାନା ପାଟେକର । ଦମଦାର ଆକ୍ଟିଂ ଓ ଡାଇଲଗ ଡେଲିଭରୀ ପାଇଁ ବେଶ ଜଣାଶୁଣା ନାନା ।  ୪ ଦଶକରୁ ବଲିଉଡରେ କାମ କରୁଛନ୍ତି ନାନା । ହିନ୍ଦି ଫିଲ୍ମରୁ ଆରମ୍ଭ କରି ମରାଠୀ ଫିଲ୍ମ ସବୁଠି ତାଙ୍କର ଦମଦାର ଆକ୍ଟିର ଜଲୱା ଦେଖିବାକୁ ମିଳେ । ଆଉ ଶାନଦାର ଆକ୍ଟିଂ ପାଇଁ ନ୍ୟାସନାଲ ଆୱାର୍ଡ ବି ଜିତିସାରିଛନ୍ତି ସେ । ୭୫୦ ଟଙ୍କାରୁ କ୍ୟାରିୟର ଆରମ୍ଭ କରିଥିବା ନାନା ଏବେ ୮୦ କୋଟିର ମାଲିକ । 

କୋଟି କୋଟି ଟଙ୍କାର ମାଲିକ ନାନାଙ୍କ ପିଲାଦିନ ଏତେ ସହଜ ନଥିଲା । ୧୯୫୧,ଜାନୁଆରୀ ୧ରେ ଏକ ସାଧାରଣ ମରାଠି ପରିବାରରେ ଜନ୍ମହୋଇଥିଲେ ନାନା । ୧୧ ବର୍ଷ ବୟସରେ ପେଟ ପୋଷିବାକୁ ପଥର ଖାଦାନରେ ତାଙ୍କୁ କାମ କରିବାକୁ ପଡିଛି । ଏକ ଇଣ୍ଟରଭିୟୁରେ ନାନା କହିଥିଲେ ଯେତେବେଳେ ସେ ଆକ୍ଟି କରିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କର ପ୍ରଥମ ଦରମା ଥିଲା ମାତ୍ର ୭୫୦ ଟଙ୍କା । ଏହି ସମୟରେ ପତ୍ନୀ ବ୍ୟାଙ୍କରେ ଚାକିରି କରୁଥିଲେ । ଆଉ ଦରମା ଥିଲା ୨ ହଜାର ସେଥିରେ ତାଙ୍କର ପରିବାର ଚଳୁଥିଲା । 

ନେଗେଟିଭ ରୋଲରୁ ବଲିଉଡରେ ଆକ୍ଟି ଆରମ୍ଭ କରିଥିଲେ ନାନା ।୧୯୭୮ରେ ଫିଲ୍ମ ଗମନରେ ତାଙ୍କ ନେଗେଟିଭ ରୋଲ ଦର୍ଶକଙ୍କୁ ଏତେ ଇମ୍ପ୍ରେସ କରିପାରିନଥିଲା । ତେବେ ୧୯୮୬ରେ ଫିଲ୍ମ ଅଙ୍କୁଶରେ ନାନାଙ୍କ ସିୁଗ୍ନେଚର ଷ୍ଟାଇଲ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଧିରେ ଧିରେ ବଲିଉଡରେ ଜମିଗଲେ ନାନା ଆଉ ତାଙ୍କ ଫିଲ୍ମ ବି ସକସେସ ହେଲା । ଅନେକ ସୁପରହିଟ ଫିଲ୍ମରେ ଅଭିନୟ କରିଥିବା ନାନାଙ୍କୁ ଫିଲ୍ମ ଅଗ୍ନିସାକ୍ଷୀରେ ସପୋର୍ଟିଙ୍ଗ ରୋଲ ପାଇଁ ନାସନାଲ ଆୱାର୍ଡ ମିଳିଥିଲା । 

ତେବେ ୧୯୯୧ର ସୁପରହିଟ ଫିଲ୍ମ ପ୍ରହାରରେ ଆର୍ମି ମେଜର ରୋଲ ପାଇଁ ୩ ବର୍ଷ ଟ୍ରେନିଂ ନେଇଥିଲେ । ଏହା ପରେ ତାଙ୍କୁ ଭାରତୀୟ ପ୍ରାଦେଶିକ ସେନାରେ କ୍ୟାପଟେନ ନିଯୁକ୍ତ କରାଯାଇଥିଲା । ଏହି ସମୟରେ ସେ ଜେନେରାଲ ବି.କେ ସିଂଙ୍କ ସହ କାମ କରିଥିଲେ । କାରଗିଲ ଯୁଦ୍ଧ ସମୟରେ ନାନା ଆକ୍ଟି କ୍ୟାରିୟରକୁ ସାଇଡ କରିଦେଇଥିଲେ ଆଉ ମେଜର ଭାବରେ ମରାଠା ଲାଇଟ ଇନଫାନଟ୍ରି ରେଜିମେଣ୍ଟରେ କାମ କରିଥିଲେ ।  ମାସିକ ୭୫୦ ଟଙ୍କାରୁ ଆରମ୍ଭ କରିଥିବା ନାନା ଏବେ ବର୍ଷକୁ ୬କୋଟି ଟଙ୍କା କମାଉଛନ୍ତି । ପୁରା ସଂପତ୍ତିର ପରିମାଣ ୮୦ କୋଟି ।

 ଆକ୍ଟର ନାନା ପାଟେକର ଜଣେ ଭଲ ସୁଟର ବି । ଷ୍ଟେଟ ଆଉ ନାସନାଲ ଲେବଲ ସୁଟିଂରେ ଅଂଶଗ୍ରହଣ କରିଛନ୍ତି ନାନା । କେବଳ ଏତିକି ନୁହେଁ ସିନିୟର କାଟାଗୋରୀରେ ସେ ଅନେକ ମେଡାଲ ବି ଜିତିଛନ୍ତି । ସମାଜସେବାରେ ମଧ୍ୟ ସେ ଅନେକ ଟଙ୍କା ଦାନ କରିଛନ୍ତି । ୭୩ ବର୍ଷୀୟ ନାନା ପାଟେକର ଏବେବି ଆକ୍ଟିଂ ଲାଇନରେ ଆକ୍ଟିଭ ଅଛନ୍ତି । ୨୦୨୩ରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ଭାକସିନ ୱାର’ରେ ନଜର ଆସିଥିଲେ ଯେଉଁଥିରେ ତାଙ୍କ ଆକ୍ଟିକୁ ବେଶ ତାରିଫ କରିଥିଲେ ଫ୍ୟାନ ।କୋଟି କୋଟି ଟଙ୍କାର ମାଲିକ ନାନାଙ୍କ ଲାଇଫ ଷ୍ଟାଇଲ ବେଶ ସରଳ ଓ ସାଦାସିଧା । ସମାଜ ସେବାରେ ସେ ଅଧିକ ସମୟ ନିଜକୁ ବ୍ୟସ୍ତ ରଖନ୍ତି । ନାନାଙ୍କ ଏହି କାହାଣୀ ଅନେକଙ୍କୁ ମୋଟିଭେଟ କରିବା ସହ କିଛି ନୂଆ କରିବାକୁ ସାହସ ଦେବ ନିଶ୍ଚୟ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.