ବାରଙ୍ଗ ୧୦: କାର୍ ଭିତରେ ସୁଇସାଇଡ୍ ନୋଟ୍ । କିନ୍ତୁ ନାହାନ୍ତି ଯୁବକ । ମୁଣ୍ଡଳୀ ବ୍ୟାରେଜ ଛକରେ ଥୁଆହୋଇଛି କାର୍ । କିନ୍ତୁ ଯୁବକଙ୍କର ନାହିଁ ପତ୍ତା । କୁଆଡ଼େ ଗଲେ ଯୁବକ ? ମୁଣ୍ଡଳୀ ବ୍ୟାରେଜ ଛକରେ ଗାଡ଼ି ରଖି ମ ଡେଇଁପଡିଛନ୍ତି ନାଁ ଅନ୍ୟ କେଉଁଆଡ଼େ ପଳାଇଛନ୍ତି ? ଯୁବକଙ୍କୁ ପାଣି ଭିତରେ ଖୋଜୁଛି ଅଗ୍ନିଶମ ବାହିନୀ । କିନ୍ତୁ ମିଳିନି ତାଙ୍କ ପତ୍ତା । ନିଖୋଜ ଯୁବକ ଜଣକ ହେଉଛନ୍ତି ଶକ୍ତିକାନ୍ତ ସାହୁ । ତାଙ୍କ ଘର ଭୁବନେଶ୍ୱରରେ ବୋଲି ଜଣାପଡ଼ିଛି । ତେବେ ତାଙ୍କ ନିଖୋଜ ନେଇ ପରିବାର ଲୋକଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ମୁଣ୍ଡଳୀ ବ୍ୟାରେଜ ଛକରେ ଏକ କଳା ରଙ୍ଗର କାର୍ ଦୀର୍ଘ ସମୟ ଧରି ଥୁଆହୋଇ ରହିଥିଲା । ସେହି ସମୟରେ ଗୋଡ଼ିସାହି ଫାଣ୍ଡି ପୋଲିସ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ପାଟ୍ରୋଲିଂ ବେଳେ କାର୍‌ଟି ରାସ୍ତା କଡ଼ରେ ଥୁଆହୋଇ ରହିଥିବା ଦେଖିବାକୁ ମିଳିଥିଲା ତେବେ ଥୁଆହୋଇ ରହିଥିବା କାର୍‌ର ଡୋର୍ କିନ୍ତୁକ୍ ହୋଇନଥିଲା । ତେଣୁ ପୋଲିସ ଗାଡ଼ିଟିକୁ ତଲାସି କରିବାକୁ ଅଟକିଥିଲା । କାର୍‌ଟିକୁ ଯାଞ୍ଚ କରିବା ବେଳେ ସେଥିରୁ ଗୋଟିଏ ମୋବାଇଲ୍ ଓ ଏକ ସୁଇସାଇଡ୍ ନୋଟ୍ ଦେଖିବାକୁ ପାଇଥିଲା ।

ସୁଇସାଇଡ୍ ନୋଟ୍‌ରୁ ଯୁବକଙ୍କ ପରିବାର ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା । ଏହାକୁ ଆଧାର କରି ପୋଲିସ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲା ଏହାସହ ପୋଲିସ ରାତିରେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲା । କିନ୍ତୁ ଯୁବକଙ୍କର କିଛି ପତ୍ତା ପାଇନଥିଲା