News7 Logo

ମନରେଗା ପାଉଣା ନମିଳିବାରୁ ଶ୍ରମିକଙ୍କ ଅଭିନବ ପ୍ରତିବାଦ, ଅଧିକାରୀଙ୍କୁ ଧୂପ ବାନ୍ଦାଇ ଟଙ୍କା ଦେବାକୁ ଦାବି

NEWS7
Balangir

ବଲାଙ୍ଗୀର : ଶ୍ରମିକଙ୍କ ହକ୍ ପାଇଁ ସମିତି ସଭ୍ୟଙ୍କ ନିଆରା ପ୍ରତିବାଦ। ଧୂପ ବନ୍ଦାଇଲେ ଲୋକଙ୍କ ହକ୍ ର ଟଙ୍କା ମାଗିଲେ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ପଞ୍ଚାୟତ ସମିତି ଅଧିନରେ ହାତିସରା ପଞ୍ଚାୟତର ସମିତି ସଭ୍ୟ ବିଶ୍ୱଜିତ୍ ପାତ୍ର ଏମିତି କିଛି କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା।

ଶ୍ରମିକମାନେ ମନରେଗା କାମ କରି ନିଜ୍ ହକ୍ ର ଟଙ୍କା ବର୍ଷ ବର୍ଷ ଧରି ପାଇନଥିଲେ।  ଆଜି ଦେଓଗାଁ ବ୍ଳକରେ ସମିତି ବୈଠକ ବସିଥିବା ବେଳେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ସମିତି ସଭ୍ୟ ବିଶ୍ୱଜିତ୍। ସେ  ମନରେଗା ଅଧିକାରୀଙ୍କୁ ଧୂପଦେଇ ବନ୍ଦାପନା କଲେ । ଆଉ ଲୋକଙ୍କୁ ଟଙ୍କା ପ୍ରଦାନ କରିବାକୁ ଦାବି କଲେ । ନିଜ ହକ୍ ପାଇଁ ଲଢ଼ିବାର ଏଭଳି ଏକ ନିଆରା ପ୍ରୟାସକୁ ନେଇ ସବୁଠି  ଆଲୋଚନା। ଏଭଳି ପ୍ରତିବାଦ ପରେ ଶ୍ରମିକମାନେ ତାଙ୍କ ଟଙ୍କା ପାଇଯିବେ ବୋଲି ଆଶା କରାଯାଉଛି।