LIVE TV

ଠିକାସଂସ୍ଥାର ମନମାନି ନେଇ ତାତିଲେ ମହିଳା : ରାସ୍ତା ଉପରେ ରାଇ ଦାମୋଦର ପୂଜା, ୩ ଘଣ୍ଟା ରାସ୍ତା ଜାମ୍

NEWS7
Dhenkanal

ଢେଙ୍କାନାଳ ୧୧।୧୦: ଠିକାସଂସ୍ଥାର ମନମାନି । ମନ୍ଦିରକୁ ଯିବାଆସିବା କରି ପାରୁନାହାନ୍ତି ମହିଳା ଯାହାକୁ ନେଇ ଢେଙ୍କାନାଳ ଜିଲ୍ଲା ପୁରୁଷୋତ୍ତମପୁର ନିକଟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପ୍ରତିବାଦରେ ଅଞ୍ଚଳର ଶତାଧିକ ହାବିଷ୍ୟାଳୀ ଢେଙ୍କାନାଳ-ଭୁବନ ମୁଖ୍ୟରାସ୍ତା ଉପରେ ରାଇଦାମୋଦର ପୂଜା କରୁଛନ୍ତି ଫଳରେ ଭୁବନ-ଢେଙ୍କାନାଳ ମଧ୍ୟରେ ଯୋଗଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯିବାରୁ ପୋଲିସକୁ ନାକେଦମ୍ ହେବାକୁ ପଡିଛି

ରାସ୍ତା ଉପରେ ଚାଲିଛି  ପୂଜାର୍ଚ୍ଚନା   ରାଇ ଦାମୋଦର ଘଟ ସ୍ଥାପନା କରି ଘେରି ରହିଛନ୍ତି ଶତାଧିକ ମହିଳା   ହାବିଷ୍ୟାଳୀ ପୂଜାରେ ବସି ରହିଥିବାରୁ ଭୁବନ-ଢେଙ୍କାନାଳ ମୁଖ୍ୟ ରାସ୍ତାରେ ଯାତାୟାତ ଏକଦମ୍ ଠପ୍ ହୋଇଛି   ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଛି କହିବାକୁ ଗଲେ ରାସ୍ତାରେ ଗାଡ଼ି ଚଳାଚଳ ସାଙ୍ଗକୁ ସାଧାରଣ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଯାଇଛି ପୋଲିସ ଉପସ୍ଥିତ ଥାଇ  ମଧ୍ୟ ଏପରି ସ୍ଥିତିରେ କେବଳ ନୀରବଦ୍ରଷ୍ଟା ସାଜିବା ଏକପ୍ରକାର ବାଧ୍ୟ ହୋଇଛି

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମ ନିକଟରେ ଶନିବାର ଭୋର ସମୟରୁ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ, ପୂଜାର୍ଚ୍ଚନା ପାଇଁ ବ୍ରାହ୍ମଣୀ ନଦୀ ପଠାରେ ଥିବା ମନ୍ଦିରକୁ ଯାଇଥାନ୍ତି ମାତ୍ର ଗ୍ରାମ ନିକଟରେ ଏକ ମେଗା ଜଳ ବିଶୋଧନ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଭାରିଯାନ ଯିବାଆସିବା କରି ମନ୍ଦିରକୁ ଯାଇଥିବା ରାସ୍ତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି   ଫଳରେ ଦୀର୍ଘ ଦୁଇ ମାସ ହେଲା ପୁରୁଷୋତ୍ତମପୁର ଓ ଆଖପାଖ ଗ୍ରାମର ଲୋକମାନେ ଉକ୍ତ ମନ୍ଦିରକୁ ପୂଜା କରିବା ପାଇଁ ଯିବାଆସିବା କରିପାରୁନାହାନ୍ତି କାର୍ତ୍ତିକ ମାସ ହବିଷ ପୂଜା ଥିବାରୁ ଆଜକୁ ଦୁଇ ମାସ ହେବ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ରାସ୍ତା ମରାମତି କରୁନାହିଁ ଠିକାସଂସ୍ଥା ଯାହା ଫଳରେ ଆଉ ବିକଳ୍ପ ନପାଇ ସ୍ଥାନୀୟ ଲୋକେ ଏପରି ଅଭିନବ ଢଙ୍ଗରେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି

ଏପରି ଆନ୍ଦୋଳନ ଫଳରେ ଶନିବାର ଭୋର ସମୟରୁ ଦୀର୍ଘ ୩ ଘଣ୍ଟା ଧରି ମୁଖ୍ୟରାସ୍ତା ଅବରୋଧ ରହିଥିଲା ଫଳରେ ସଧାରଣ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ଯାତ୍ରୀ ମାନେ ନାନା ହଇରାଣ ହେବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ଖବର ପାଇ କାମାକ୍ଷାନଗର ବିଧାୟକ ପହଞ୍ଚି ଫୋନ୍ ଯୋଗେ ଉକ୍ତ ଠିକାସଂସ୍ଥାକୁ ତାଗିଦ କରି ତୁରନ୍ତ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି