LIVE TV

ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ମହିଳାଙ୍କ ବେକ କାଟିଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

NEWS7
Udala

ଉଦଳା ୨୧।୯: ଗାଧୋଇବା ପାଇଁ ପୋଖରୀକୁ ଯାଉଥିଲେ । ହେଲେ କେହି ଦୁର୍ବୃତ୍ତ ଅଚାନକ ଆସି କାଟି ଦେଲା ବେକ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ବଡ଼ଖମଣ ଗ୍ରାମରେ । ଗୁରୁତର ଅବସ୍ଥାରେ ମହିଳା ବାରିପଦା ମେଡିକାଲ ସ୍ଥାନାନ୍ତରିତ ।

ସୂଚନାଯୋଗ୍ୟ ଯେ, ବଡ଼ଖମଣ ଗ୍ରାମର ମହିଳା ରବିବାର ମଧ୍ୟାହ୍ନ ସମୟରେ ଘର କାମ ସରି ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପୋଖରୀ ନିକଟରେ ଥିବା ଏକ ଲତା ବୁଦା ଭିତରୁ ମହିଳାଙ୍କୁ ଗୁରୁତର ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ ପରିବାର ଲୋକେ । ପରେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।

ତେବେ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟିବା ସହିତ ମୁଣ୍ଡରେ ଗଭୀର ଆଘାତ ଦେଇଛି । ଏହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।