LIVE TV

ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

NEWS7
Puri News

ପୁରୀ ୪।୧୦: ପୁରୀରେ ଅଭାବନୀୟ ଘଟଣା । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଭିତରେ ବିଷ ପିଇଲେ ମହିଳା । ତେବେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳା ଜଣକ ହେଉଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ଟିକେଟ୍ କାଉଣ୍ଟରରେ ପୂର୍ବରୁ କାମ କରୁଥିବା ମାହେଶ୍ୱରୀ ଦାସ । ଚାପଗ୍ରସ୍ତ ହୋଇ ମହିଳା ଜଣକ ବିଷ ପିଇଥିବା ଜଣାପଡିଛି । କୌଣସି କାରଣ ଯୋଗୁଁ ମାହେଶ୍ୱରୀଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରୁ କାର୍ଯ୍ୟରୁ ବାହାର କରିଦିଆଯାଇଥିଲା । ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ତାଙ୍କର ଅଭିଯୋଗ ଶୁଣାଣି ରହିଥିଲା । କିନ୍ତୁ ହଠାତ ମହିଳା ଜଣକ ଏକ ବୋତଲରେ ଆଣିଥିବା ବିଷ ପିଇ ଦେଇଥିଲେ । କେଉଁ କାରଣରୁ ମହିଳାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରୁ ବାହାର କରାଗଲା ଓ କେଉଁ କାରଣରୁ ସେ ମାନସିକ ଚାପରେ ଆସି ଏଭଳି ବିଷ ପିଇଲେ ତାହା ସ୍ପଷ୍ଟ ହୋଇନାହିଁ ।