News7 Logo

କିଏ ସେହି ନେପାଳର 'ନେପୋ କିଡ୍ସ' ? ଯାହାଙ୍କ ଉପରେ ଭଡକିଛି Gen Z

NEWS7
nepo kids

ନୂଆଦିଲ୍ଲୀ ୧୨।୦୯; ନେପାଳର ଜେନ୍-ଜି ଯୁବପିଢିମାନେ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଇଥିଲେ । ଯାହା ଫଳରେ, ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡିଲା। ପ୍ରକୃତରେ, କିଛି ଦିନ ପୂର୍ବରୁ #NepoKids ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଜେନ୍-ଜି ଅଭିଯୋଗ କରିଥିଲେ ଯେ ରାଜନେତାଙ୍କ ପିଲାମାନେ ସାଧାରଣ ଲୋକଙ୍କ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ ଯାପନ କରନ୍ତି ଏବଂ କଠିନ ପରିଶ୍ରମ ନକରି ଯାହା ଚାହିଁବେ ତାହା ପାଆନ୍ତି।​​​​​​​

କେତେକ 'ମିସ୍ ନେପାଳ' ଉପାଧି ଜିତିଛନ୍ତି ତ ଆଉ କେତେକ 'ଚେମ୍ବର ଅଫ୍ କମର୍ସ' ନିର୍ବାଚନ ଜିତିଛନ୍ତି। ଜେନ୍-ଜି କହିଛନ୍ତି ଯେ ସେମାନେ ସମସ୍ତେ "ପାୱାରଫୁଲ୍‌ ପ୍ୟାରେଣ୍ଟସ୍‌ଙ୍କ" ସନ୍ତାନଯେଉଁମାନେ ଦେଶର ଲୋକଙ୍କ କଠିନ ପରିଶ୍ରମର ଟଙ୍କାରେ ପାଳିତ ହୋଇଛନ୍ତି ଏବଂ ତା'ପରେ ସେମାନେ ଲୋକଙ୍କ ଅଧିକାର ଲୁଟୁଛନ୍ତି। ଆସନ୍ତୁ ଜାଣିବା ସେହି ନେପୋ କିଡ୍ସ କିଏ? ଯାହାଙ୍କ ବିଳାସପୂର୍ଣ୍ଣ ଜୀବନ ବିଷୟରେ ଜେନ୍-ଜି କ୍ରୋଧିତ।

ସୌଗତ ଥାପା

ସୌଗତ ଥାପା ହେଉଛନ୍ତି ନେପାଳର ନେପୋ କିଡ୍ ଯିଏ ତାଙ୍କ ପିତାଙ୍କ ନାମରେ ଚାମ୍ବର ଅଫ୍ କମର୍ସ ନିର୍ବାଚନ ଜିତିଥିଲେ। ସେ ପୂର୍ବତନ ଆଇନ ମନ୍ତ୍ରୀ ବିନ୍ଦୁ କୁମାର ଥାପାଙ୍କ ପୁଅ। ଜେନ୍‌-ଜିଙ୍କ ମତରେ ସେ ତାଙ୍କ ପିତାଙ୍କ ପ୍ରଭାବରୁ ଲାଭ ପାଇଛନ୍ତି। ଏହା ବ୍ୟତୀତ ତାଙ୍କର ଜୀବନଶୈଳୀ ମଧ୍ୟ ସାଧାରଣ ନଥିଲା। ସେ ବିଦେଶରେ ରହୁଥିଲେ, ମହଙ୍ଗା କାରରେ ଯାତ୍ରା କରୁଥିଲେ ଏବଂ ତାଙ୍କ ଜୀବନଶୈଳୀ ଦେଖି ଏପରି ଲାଗୁଥିଲା ଯେପରି ସେ ଜଣେ ବଡ଼ ବ୍ୟବସାୟୀଙ୍କ ପୁଅକିନ୍ତୁ ପ୍ରକୃତରେ ତାଙ୍କ ବାପା ଜଣେ ନେତା ଥିଲେ। କୁହାଯାଏ ଯେ ସୌଗତ ଥାପାଙ୍କର ଚାମ୍ବର ଅଫ୍ କମର୍ସ ପାଇଁ ଯୋଗ୍ୟତା ନାହିଁ।

ଶ୍ରୀଙ୍ଖା ଖତିୱାଡା

ଏହା ବ୍ୟତୀତ ଶ୍ରୀଙ୍ଖା ଖତିୱାଡାଙ୍କ ନାମ ମଧ୍ୟ ଜେନ୍‌-ଜିଙ୍କ ତାଲିକାରେ ଅଛି। ଶ୍ରୀଙ୍ଖା ଖତିୱାଡା 'ମିସ୍ ନେପାଳ ୱାର୍ଲ୍ଡ' ଟାଇଟଲ୍ ଜିତିଛନ୍ତିତାଙ୍କ ପିତାଙ୍କ ପ୍ରଭାବ ଯୋଗୁଁ ତାଙ୍କୁ ଏହି ଟାଇଟଲ୍ ମିଳିଛି। ଶ୍ରୀଙ୍ଖା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବିରୋଧ ଖତିୱାଡାଙ୍କ ଝିଅ। ତାଙ୍କର ବୟସ ୨୯ ବର୍ଷ। ସେ ମଧ୍ୟ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବଞ୍ଚନ୍ତି ଏବଂ ବିଦେଶରେ ଛୁଟି କାଟନ୍ତି । ଜେନ୍‌-ଜି ଆନ୍ଦୋଳନ ପରେ, ଇନଷ୍ଟାଗ୍ରାମରେ ତାଙ୍କର ଫଲୋଅର୍ସ ଏକ ଲକ୍ଷ ହ୍ରାସ ପାଇଛି।

ବୀଣା ମଗର

ଜେନ୍‌-ଜିଙ୍କ ନେପୋ କିଡ୍ସଙ୍କ ତାଲିକାରେ ବିଣା ମଗର ମଧ୍ୟ ଅଛନ୍ତି। ବୀଣାଙ୍କ ଉପରେ ଦୁର୍ନୀତିର ଅଭିଯୋଗ ମଧ୍ୟ ଆସିଛି। #NepoKid ସହିତ ସେମାନଙ୍କ ବିରୁଦ୍ଧରେ ପ୍ରତିବାଦ କରାଯାଇଛି। ବୀଣା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ବୋହୂ। ସେ ନେପାଳର ଜଳ ମନ୍ତ୍ରୀ ଥିଲେ ଏବଂ ଏହି ସମୟରେ ତାଙ୍କ ବିରୁଦ୍ଧରେ ଦୁର୍ନୀତିର ଅନେକ ଅଭିଯୋଗ ଆସିଥିଲା। ଅଭିଯୋଗ ହେଉଛି ଯେ ବିଣା ସରକାରୀ ପାଣ୍ଠିରେ ବିଦେଶ ଯାତ୍ରା କରୁଥିଲେ। ସେ ପରିବାରବାଦର ରାଜନୀତିରୁ ଲାଭ ଉଠାଇଛନ୍ତି। ସେ ଗ୍ରାମୀଣ ଜଳ ଯୋଜନାର ବଜେଟରୁ ନିଜର ପକେଟ ଭରୁଥିଲେ।

ଶିବନା ଶ୍ରେଷ୍ଠା

ଶିବାନା ଶ୍ରେଷ୍ଠା ହେଉଛନ୍ତି ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ବୋହୂ। ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ସୋସିଆଲ ମିଡିଆରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହା ବ୍ୟତୀତ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ନେପୋ କିଡ୍ସଙ୍କ ଏହି ଲିଷଦଟ ବହୁତ ଲମ୍ବା। ନେପାଳରେ, ଏହି ହ୍ୟାସଟ୍ୟାଗ୍ ରାଜନେତା ଏବଂ ସେମାନଙ୍କ ପିଲାମାନଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ପ୍ରଦର୍ଶିତ କରିଛି। X (ଟ୍ବିଟର), ରେଡିଟ୍ ଏବଂ ଇନଷ୍ଟାଗ୍ରାମରେ ଭାଇରାଲ୍ ପୋଷ୍ଟଗୁଡ଼ିକ ଦର୍ଶାଉଛି ଯେ ରାଜନେତାଙ୍କ ପିଲାମାନେ କୋଟି କୋଟି ଟଙ୍କାର ଘଣ୍ଟା, ଗୁଚି ବ୍ୟାଗ୍ ଏବଂ ଡିଜାଇନର ପୋଷାକ ସହିତ କିପରି ଉପଭୋଗ କରୁଛନ୍ତି।