LIVE TV

ଭିଜିଲାନ୍ସ ହାବୁଡ଼ରେ ରୁକୁଡା ଜଳ ସେଚନ ପ୍ରକଳ୍ପ କିରାଣୀ, ୭ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

NEWS7
Vigilance

ବଣାଇ ୨୦।୯: ଭିଜିଲାନ୍ସ ଜାଲରେ କିରାଣୀ । ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଭିଜିଲାନ୍ସ ଟିମ୍ । ବଣାଇ ରୁକୁଡା ଜଳ ସେଚନ ପ୍ରକଳ୍ପର କିରାଣୀ ପୃଥ୍ବୀରାଜ କାମିଲ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଥିବା ରୁକୁଡା ଜଳସେଚନ ପ୍ରକଳ୍ପରେ କାମ କରୁଥିବା କିରାଣୀ ତଥା କ୍ୟାସିୟର ପୃଥ୍ୱୀରାଜ କାମିଲଙ୍କୁ ଧରିଛି ଭିଜିଲାନ୍ସ । ଜଣେ ବ୍ୟକ୍ତିଙ୍କ ଠାରୁ ଜମି ଅଧିଗ୍ରହଣ ଲାଗି ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଉରକେଲା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି । ଏହା ସହିତ ଅଫିସ, ସରକାରୀ ବାସଭବନକୁ ମଧ୍ୟ ଭିଜିଲାନ୍ସ ଟିମ୍ ଯାଞ୍ଚ କରିଛନ୍ତି ।

ରୁକୁଡା ଜଳ ସେଚନ ପ୍ରକଳ୍ପରେ ଜମି ହରେଇଥିବା ଜଣେ ବ୍ୟକ୍ତିଙ୍କୁ ୨୦,୦୦୦ ଟଙ୍କା ମାଗିଥିଲେ । ଶନିବାର ଦ୍ୱିତୀୟ କିସ୍ତି ବାବଦରେ ୭,୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରିପକାଇଥିଲେ ।