News7 Logo

ଅଣଛାତ୍ର ଉଚ୍ଛେଦକୁ ନେଇ ବିଶ୍ୱବିଦ୍ୟାଳୟରେ ବଢୁଛି ବିବାଦ : VC ଅଫିସ୍ ଘେରାଉ କଲେ ଛାତ୍ରଛାତ୍ରୀ

NEWS7
Utkal University

ଭୁବନେଶ୍ବର ୯୯: ଅଣଛାତ୍ର ଉଚ୍ଛେଦକୁ ନେଇ ବିଶ୍ୱବିଦ୍ୟାଳୟରେ ବଢୁଛି ବିବାଦ । ସୋମବାର ଅଣଛାତ୍ରଙ୍କୁ କ୍ୟାମ୍ପସରୁ ହଟାଇବା ପରେ ଆଜି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ର ମାନେ VC ଅଫିସ୍ ଘେରାଉ କରିବା ସହ VCଙ୍କ ସହ ଆଲୋଚନା କରି ଦାବି ରଖିଛନ୍ତି । ସେପଟେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଆଧାରରେ ଆଲୋଚନା କରି ସବୁ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି କର୍ତ୍ତୃପକ୍ଷ ।

ବାଣୀବିହାର ବିଶ୍ୱବିଦ୍ୟାଳୟରେ ଅପରେସନ ଅଲ୍ ଆଉଟ୍ । ହଟିବ କ୍ୟାମ୍ପସରେ ଥିବା ବସ୍ତି ଆଉ ଖାଲି ହେବ ଭଡ଼ା ଦିଆଯାଇଥିବା କ୍ୱାର୍ଟର । କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଭାରପ୍ରାପ୍ତ କୁଳପତି । ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ମିଶନ ଅଲ୍ ଆଉଟ୍ କାର୍ଯ୍ୟକାରୀ କରିବାକୁ ଛାତ୍ରଛାତ୍ରୀ VCଙ୍କୁ ଦାବି କରିଛନ୍ତି । ଜବରଦଖଲ ଉଚ୍ଛେଦ, ଭଡାରେ ଲାଗିଥିବା କ୍ଵାର୍ଟରକୁ ଉଚ୍ଛେଦ ସହ ଯିଏ କ୍ଵାର୍ଟର ଭଡାରେ ଲଗାଇଛନ୍ତି ତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଓ ନିଶା କାରବାର ବନ୍ଦ କରିବା ସହ କୌଣସି ଅଣଛାତ୍ରଙ୍କୁ କ୍ୟାମ୍ପସ୍‌ରେ ପୁରାଇ ନ ଦେବାକୁ ଦାବି କରିଛନ୍ତି ।

ସେପଟେ VC ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜବରଦଖଲ ଉଚ୍ଛେଦ, ଭଡା କ୍ଵାର୍ଟର ଉଚ୍ଛେଦ ସହ ନିଶା କାରବାର ଆଦି ସବୁ ଜିନିଷକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିପାତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁମାନେ ଜବରଦଖଲ କରିଛନ୍ତି ସେମାନଙ୍କୁ ୩ ଦିନ ସମୟ ଦିଆଯାଇ ନୋସ୍ କରାଯାଇଛି । ସେମାନେ ଖାଲି ନକଲେ ୩ ଦିନରେ ଉଚ୍ଛେଦ ହେବ । ଅନ୍ୟପଟେ ନିଶା କାରବାର ବନ୍ଦ ପାଇଁ ପଦକ୍ଷେପ ନିଆଯାଉଛି । ମିଶନ ଅଲ୍ ଆଉଟ୍ ଜରିଆରେ ପୋଲିସ ପ୍ରଶାସନ ଦ୍ବାରା ନିଶା କାରବାର ଓ ଅସାମାଜିକ କାର୍ଯ୍ୟକଳାପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସମସ୍ତଙ୍କୁ ବାହାର କରାଯିବ। ୪୭୫ ପିଲାଙ୍କୁ ହଷ୍ଟେଲ ଆଲର୍ଟ କରାଯାଇଛି । କିଛି ପିଲାଙ୍କୁ ହଷ୍ଟେଲ ଆଲର୍ଟ ଥିବା ସତ୍ତ୍ବେ ଜବରଦଖଲ ଯୋଗୁ ହଷ୍ଟେଲ ପାଇପାରି ନାହାନ୍ତି । ମେଧା ଭିତ୍ତିରେ ସମସ୍ତଙ୍କୁ ଦେବାକୁ ପ୍ରୟାସ କରାଯାଉଛି । ପାଖାପାଖି ୨୫ ଜଣ ପିଲା ପାଇ ନଥିବା ବେଳେ ସମସ୍ତଙ୍କୁ ହଷ୍ଟେଲ ସୁବିଧା ପାଇଁ ପାଖାପାଖି ୧୫ ଦିନ ସମୟ ଲାଗିବ ବୋଲି  VC କହିଛନ୍ତି ।

ବିଶ୍ୱବିଦ୍ୟାଳୟର ଅଫିସ୍ ଚାମ୍ବରରେ କିଛି ମହିଳା କର୍ମଚାରୀ ମେହେନ୍ଦୀ ପାର୍ଟି କରି ଭିଡ଼ିଓ ଭାଇରାଲ ହେଉଥିବା ଘଟଣାକୁ ନେଇ VC କହିଛନ୍ତି ତାହା ଆମ ଦୃଷ୍ଟି ଆକର୍ଷଣ ହୋଇଛି । ତାର ତଦନ୍ତ ବିଶ୍ୱବିଦ୍ୟାଳୟ ତଦନ୍ତକାରୀ ଟିମ୍ କରୁଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁମାନେ ଏପରି କରିଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହେବ । ସେପଟେ ଆଲୋଚନା ପରେ ପୁରାତନ ଛାତ୍ର ମାନେ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି । ଛାତ୍ରଙ୍କ କହିବା ଅନୁସାରେ ଯଦି ସେମାନଙ୍କୁ ବାହାର କରାଯାଇଛି ତେବେ ଅନ୍ୟ ମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଯାଇ ବାଣୀବିହାର ଉପରେ କଳଙ୍କ ଓ ଅପପ୍ରଚାର ହେବନି ।