କୋମନା: ଉପନିର୍ବାଚନକୁ ନେଇ ଦୁଲୁକୁଛି ନୂଆପଡ଼ା। ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କୋମନାରେ ନୂଆପଡ଼ାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ କାନ୍ଦି ପକାଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଏହାର ଦୃଶ୍ୟ କ୍ୟାମେରା କଏଦ ହୋଇଛି। ତାଙ୍କ ଆଖିରୁ ଛଳ ଛଳ ଲୁହ ବୋହି ଯାଉଥିବା ଦେଖିବାକୁ ମିଳିଛି। ତାଙ୍କର ଲୁହ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଅଭିଳାଷ ପଣ୍ଡା ପୋଛି ଦେଉଥିବା ଦେଖିବାକୁ ମିଳିଛି।

ଆଜି କୋମନାରେ ପ୍ରଥମେ ରୋଡ ଶୋ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ପରେ ରାଲିକୁ ସମ୍ବୋଧିତ  କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ବେଇମାନର ଅର୍ଥ ବୁଝାଇ ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲେ। ଏହ ସମୟେ ତାଙ୍କ ପାଖରେ ଛିଡ଼ା ହୋଇଥିବା ବିଜେପି ପ୍ରାର୍ଥୀ ଢୋଲକିଆ ନିଜର କୋହ ସମ୍ଭାଳି ପାରି ନ ଥିଲେ। ତାଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ପାଖରେ ଛିଡା ହୋଇଥିବା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଅଭିଳାଷ ପଣ୍ଡା ଜୟଙ୍କ ଲୁହ ପୋଛି ଦେଉଥିବା ଦେଖିବାକୁ ମିଳିଛି। ତଥାପି ଜୟଙ୍କ ଆଖିରୁ ଲୁହ ଗଡ଼ି ଚାଲିଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବେଇଆନ ଅଭିଯୋଗ ଏବଂ ଆକ୍ଷେପ ଉପରେ ଆଜି ସିଧାସଳଖ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜେନ୍ଦ୍ର ଢୋଲକିଆ ପରିବାରର ପୁଅଙ୍କୁ କହିବେ ବେଇମାନୀ। ଏହା ବିରୋଧୀ ଦଳ ନେତାଙ୍କ ମୁହଁରେ ଶୋଭା ପାଏନି। ଅଙ୍ଗୁଳି ଦେଖେଇ କହିଲେ ପଛକୁ ୪ ଟି ଅଙ୍ଗୁଳି ରହିଛି। ତାହେଲେ କିଏ ବେଇମାନ । ବିଜୟ ମହାପାତ୍ରଙ୍କରଠୁ ନେଇ ନଳିନୀ ମହାନ୍ତି। ଧକ୍କା ମାରି ଦଳରୁ କାଢ଼ିଲେ। ବେଇମାନ ନେଇ ସେମାନେ ନକହିବା ଭଲ। ନୂଆପଡ଼ା ଲୋକେ ଏହାର ଜବାବ ଦେବେ ବୋଲି କହିଥିଲେ।