ଭୁବନେଶ୍ୱର ୧୧: ଗତ ୨ ତାରିଖରୁ ଭୁବନେଶ୍ବର ଗଲ୍ଫ କୋର୍ସରେ ଆୟୋଜିତ ଦିଲ୍ଲୀପ ତିର୍କୀ ଆମନ୍ତ୍ରଣୀୟ ପ୍ରତିଯୋଗିତାରେ ହରିୟାର ଉମେଦ କୁମାର ଚାମ୍ପିଅନ ହୋଇଛନ୍ତି । ଚାମ୍ପିଅନଙ୍କୁ ୨,୫୪, ୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ପିଜିଟିଆଇର ସିଇଓ ଅମନଦୀପ ଜୋହଲ ଓ କିମ୍ବଦନ୍ତୀ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଠାରୁ ସେ ପୁରସ୍କାର ଗ୍ରହଣ କରିଥିଲେ ।

ଉମେଦ ପିଜିଟିଆଇ ନେକ୍ସଜେନରେ ନଂ ୧ ସ୍ଥାନ ଦଖଲ କରିବା ସହ ୮,୬୧,୧୪୦ ଟଙ୍କା ପୁରସ୍କାର ଜିତିଛନ୍ତି । କୁଶଲ ସିଂ ରନର୍ସଅପ୍ ହୋଇଥିଲେ । ତାଙ୍କୁ ୨,୧୪, ୩୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହିଭଳି ତୃତୀୟ ସ୍ଥାନରେ ରହି ଚନ୍ଦ୍ରଜିତ ଯାଦବ ୧,୩୬,୩୦୦ ଟଙ୍କା, ଚତୁର୍ଥ ସ୍ଥାନରେ ସଞ୍ଜୀବ କୁମାର ୧,୦୨,୩୦୦ ଟଙ୍କା ଏବଂ ପଞ୍ଚମ ସ୍ଥାନରେ ଦିବେଶ ରାଣାଙ୍କୁ ୧,୦୨,୩୦୦ ଟଙ୍କାର ପୁରସ୍କାର ମିଳିଥିଲା । ମୋଟ୍ ୩୯ ଜଣ ଗଲ୍ଫରଙ୍କୁ ମୋଟ୍ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

​​​​​​​ଓଡ଼ିଶାରେ ଖେଳାଯାଉଥିବା ପ୍ରଥମ ପିଜିଟିଆଇ ଇଭେଣ୍ଟକୁ ଭାରତୀୟ ହକି କିମ୍ବଦନ୍ତୀ ଦିଲ୍ଲୀପ ତିର୍କୀଙ୍କ ଦ୍ୱାରା ସମର୍ଥନ କରାଯାଇଥିଲା । ଗେମଷ୍ଟାର୍ଟ ଦ୍ୱାରା ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏକ ବୃତ୍ତିଗତ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉ । ଗେମଷ୍ଟାର୍ଟର ତମନ୍ନା କୁହନ୍ତି ଯେ, ଏପରି ପଦକ୍ଷେପ ସେମାନଙ୍କର ପ୍ରାୟୋଜକ, WGH LYFE ଗ୍ରୁପ୍, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, SNM ଗ୍ରୁପ୍, ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର, MGM ଗ୍ରୁପ୍, ଟୟୋଟା, ଆଦିତ୍ୟ ମହିନ୍ଦ୍ରା, NALCO, MCL, IOCL, Absyss Technologies, Unirec, Tapstart, ନୀଳାଚଳ ଲିଜିଂ ଏବଂ ଫାଇନାନ୍ସ, ହାଇଟେକ୍, Ace Commercialଙ୍କ ସମର୍ଥନ ବିନା ସମ୍ଭବ ହୋଇପାରିନଥାନ୍ତା ।

ଭାରତରେ ବୃତ୍ତିଗତ ଗଲ୍ଫ ବୃଦ୍ଧି ପାଇଁ ପିଜିଟିଆଇର ନିରନ୍ତର ପ୍ରୟାସକୁ ଏହାର ଟୁର୍ ପାର୍ଟନର୍ ରୋଲେକ୍ସ, ଅମୂଲ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଭିକ୍ଟୋରିଆସ୍ ଚଏସ୍, କ୍ୟାମ୍ପା, ଅମୃତଞ୍ଜନ ଇଲେକ୍ଟ୍ରୋ ପ୍ଲସ୍, ଗଲ୍ଫ ପ୍ଲସ୍ ମନ୍ଥଲି ଏବଂ ଗଲ୍ଫ ଡିଜାଇନ୍ ଇଣ୍ଡିଆ ଦ୍ୱାରା ସାରା ବର୍ଷ ସମର୍ଥନ କରାଯାଉଛି।

​​​​​​​