ନୂଆଦିଲ୍ଲୀ: ଟାରିଫ୍‌ ଉତ୍ତେଜନା ମଧ୍ୟରେ ସୁଧୁରୁଛି ଭାରତ ଏବଂ ଆମେରିକା ସମ୍ପର୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ବିଷୟରେ ବିଚାର କରୁଛନ୍ତି। ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ  ବର୍ଷ ପାଇଁ ପ୍ରତିରକ୍ଷା ସହଯୋଗ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିରେ ପହଞ୍ଚିଛନ୍ତି ଭାରତ ଏବଂ ଆମେରିକା।

ରାଜନାଥ ସିଂହ କହିଛନ୍ତି, "କ୍ୱାଲାଲମ୍ପୁରରେ ମୋର ଆମେରିକୀୟ ପ୍ରତିରକ୍ଷା ପିଟର ହେଗସେଥଙ୍କ ସହ ମୋର ଏକ ଫଳପ୍ରଦ ବୈଠକ ହୋଇଥିଲା। ଆମେ ଭାରତ-ଆମେରିକା ପ୍ରମୁଖ ପ୍ରତିରକ୍ଷା ସହଭାଗୀତା ପାଇଁ ଏକ ୧୦ ବର୍ଷକୁ ନେଇ ଷ୍ଟ୍ରକଚରରେ ସ୍ୱାକ୍ଷର କରିଥିଲୁ। ଏହା ଆମର ପୂର୍ବରୁ ଦୃଢ଼ ପ୍ରତିରକ୍ଷା ସହଯୋଗରେ ଏକ ନୂତନ ଯୁଗର ଆରମ୍ଭ କରିବ। ଏହି ପ୍ରତିରକ୍ଷା ଢାଞ୍ଚା ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କର ସମଗ୍ର ପରିସରକୁ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ। ଏହା ନୂତନ ଦଶକର ସହଭାଗୀତା ଆରମ୍ଭ କରିବ।"

ଏସିଆନ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ରାଜନାଥ ସିଂହ ମାଲେସିଆରେ ପହଞ୍ଚିଥିଲେ ସେ ଅନେକ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ସାକ୍ଷାତ କରିଥିଲେ। ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ ସମ୍ମିଳନୀରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ମାଲେସିଆର ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସମସ୍ତ ସିଆନ ସଦସ୍ୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ କିମ୍ବା ସଚିବମାନେ ଉପସ୍ଥିତ ରହିବେ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ଭାରତ ଏବଂ ଏସିଆନ ଦେଶମାନଙ୍କ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା। ଆମେରିକା ସହିତ ଚୁକ୍ତିନାମା ଭାରତର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାକୁ ବୃଦ୍ଧି କରିପାରିବ। ଆମେରିକାରୁ ଅନେକ ଉନ୍ନତ ପ୍ରଯୁକ୍ତିବିଦ୍ୟା ମଧ୍ୟ ମିଳିପାରେ।