LIVE TV

ଏକାସଙ୍ଗେ ଗାଁରୁ ଦୁଇ ଯୁବତୀ ଓ ଜଣେ ନାବାଳିକା ନିଖୋଜ, ନିଖୋଜ ପଛରେ ଯୁବକଙ୍କ ହାତଥିବା ସନ୍ଦେହ

NEWS7
Anandapur

ଆନନ୍ଦପୁର ୨୫।୯: ଏକା ସାଙ୍ଗରେ ଗାଁରୁ ଜଣେ ନାବାଳିକା ଓ ୨ ଜଣ ଯୁବତୀ ନିଖୋଜ । ସନ୍ଦେହ ଘେରରେ ଗାଁର ଜଣେ ଯୁବକ । ଘଟଣାର ତଦନ୍ତ କରି ନିଖୋଜଙ୍କୁ ଖୋଜି ଆଣିବାକୁ ପୋଲିସର ସହାୟତା ଲୋଡିଲେ ପରିବାର ବର୍ଗ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଚମୁହିଁ କଲୋନୀ ସାହି ଠାରେ ଘଟିଛି ଏଭଳି ଘଟଣା ।

ବୁଧବାର ସନ୍ଧ୍ୟାରେ ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିବା ଯୋଗୁଁ ଏକାଦଶାହ ଭୋଜି ଚାଲିଥିଲା । ସେହି ସମୟରୁ ହିଁ ଗାଁର ଜଣେ ନାବାଳିକା ଦୁଇ ଜଣ ଯୁବତୀ ନିଖୋଜ ହୋଇଛନ୍ତି । ସବୁଆଡେ ଖୋଜାଖୋଜି କରିବା ପରେ ନିରାଶ ହେବା ପରେ ପରିବାର ଲୋକେ ଘଷିପୁରା ଥାନାରେ ମାମଲା ରୁଜୁ କରିଛନ୍ତି । ତେବେ ନିଖୋଜ ପଛରେ ଗାଁର ଜଣେ ଯୁବକଙ୍କ ହାତଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ । ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।