LIVE TV

ଭାରତ ସରକାରଙ୍କ ପ୍ରବର୍ତ୍ତିତ ଏବଂ ସଂଶୋଧିତ ଜିଏସଟି ଜନ ସଂସ୍କାର ସବୁବର୍ଗର ଲୋକଙ୍କ ଆର୍ଥିକସ୍ତରକୁ ସଶକ୍ତ କରିବ

NEWS7
Sonepur

ସୁବର୍ଣ୍ଣପୁର ୨୪।୯: ଭାରତ ସରକାରଙ୍କ ପ୍ରବର୍ତ୍ତିତ ଏବଂ ସଂଶୋଧିତ ଜିଏସଟି ଜନ ସଂସ୍କାରକୁ ପ୍ରଶଂସା କଲେ ଦୁଇ ସାଂସଦ । ସୁବର୍ଣ୍ଣପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନେକ୍ସ୍ଟ  ଜେନ୍ ଜିଏସଟି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଲୋକସଭା ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ସଂଗୀତା କୁମାରୀ ସିଂହଦେଓ । ଦୈନନ୍ଦିନ କ୍ଷେତ୍ରରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଓ ଲୋକଙ୍କ ଆବଶ୍ୟକୀୟ ସାମଗ୍ରୀରୁ ଜିଏସଟି ହ୍ରାସ ସହ ଅନେକ ସାମଗ୍ରୀକୁ ଜିଏସଟି ମୁକ୍ତ ପରି ପରିବର୍ତ୍ତିତ ଯୋଜନା ଗରିବ, ନିମ୍ନ ଓ ମଧ୍ୟବିତ୍ତ ଏବଂ ସବୁବର୍ଗର ଲୋକଙ୍କ ଆର୍ଥିକସ୍ତରକୁ ସଶକ୍ତ କରିବ ବୋଲି ଉଭୟ କହିଛନ୍ତି । ବିଶେଷକରି କୃଷି, ହସ୍ତତନ୍ତ, ଲଘୁ ଉଦ୍ୟୋଗ କ୍ଷେତ୍ର ସହ ଶ୍ରମିକ ବର୍ଗ ନୂଆ ଜିଏସଟିରୁ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଆର୍ଥିକ ସଂସ୍କାର ଦେଶର ଆର୍ଥିକସ୍ତରକୁ ମଜବୁତ କରିବା ସହ ଲୋକଙ୍କ ଆର୍ଥିକସ୍ଥିତିକୁ ଉନ୍ନତ କରିବ ବୋଲି ସ୍ପଷ୍ଟ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ, ବରିଷ୍ଠ ବିଜେପି ନେତା ପ୍ରମୋଦ ମହାପାତ୍ର ପ୍ରମୁଖ ନେତୃବର୍ଗ ଉପସ୍ଥିତ ଥିଲେ । ତେବେ ସଂସ୍କାରିତ ଜିଏସଟି ଏକ ସର୍ବଗ୍ରାହୀ ଏବଂ ସର୍ବସ୍ପର୍ଶୀ ଯୋଜନା ବୋଲି ସାଂସଦ ଦ୍ବୟ କହିଛନ୍ତି ।