ଜୟପୁର ୧୪।୯: ଜୟପୁର ନିକଟସ୍ଥ ବାରିଣିପୁଟ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଦୋକାନ ଭିତରକୁ ପଶିଗଲା ଟ୍ରକ୍ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହୁରି ଅନେକ ଲୋକ ଟ୍ରକ୍ ତଳେ ଚାପି ହୋଇଯାଇଥିବା ଆଶଙ୍କା କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।