LIVE TV

ଗୁରୁଗ୍ରାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଡିଭାଇଡରରେ ଧକ୍କା ହେଲା ଦ୍ରୁତଗାମୀ କାର, ଚାଲିଗଲା ୫ ଜୀବନ

NEWS7
accident

ନୂଆଦିଲ୍ଲୀ ୨୭।୦୯; ହରିୟାଣାର ଗୁରୁଗ୍ରାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଦ୍ରୁତଗାମୀ କାର ଡିଭାଇଡର ସହିତ ଧକ୍କା ହୋଇଥିଲା। ଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଅନୁଯାୟୀ, କାରଟିରେ ମୋଟ ଛଅ ଜଣ ଥିଲେ।

ରିପୋର୍ଟ ଅନୁଯାୟୀ, ଶନିବାର ଭୋର ପ୍ରାୟ ୪:୩୦ ସମୟରେ ଝାଡସାରେ ଏହି ଦୁର୍ଘଟଣା ଘଟିଥିଲା। ଦ୍ରୁତଗାମୀ କାର ଦିଲ୍ଲୀରୁ ଝାସା ଚୌକ ଦେଇ ଯାତ୍ରା କରୁଥିଲା। ଗାଡ଼ିଟି ଭାରସାମ୍ୟ ହରାଇ ସିଧାସଳଖ ଡିଭାଇଡରରେ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଗାଡ଼ିରେ ଥିବା ଛଅ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ତିନି ଜଣ ଯୁବତୀ ଏବଂ ଦୁଇ ଜଣ ଯୁବକ ଅଛନ୍ତି। ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଗୁରୁଗ୍ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଛି।

ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି। ପୋଲିସ କହିଛି ଯେ ଗୋଟି ଗାଡିରେ ଛଅ ଜଣ ଯାତ୍ରା କରୁଥିଲେ। ଗାଡି ଦ୍ରୁତ ଗତିରେ ଆସୁଥିବାରୁ ନିୟନ୍ତ୍ରଣ ହରାଇ ଏକ ଡିଭାଇଡରରେ ପିଟି ହୋଇଥିଲା। ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।