News7 Logo

ସମୁଦ୍ର ସ୍ନାନ ବେଳେ ରିପ୍ କରେଣ୍ଟରେ ପଡି ବୁଡ଼ିଗଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ୍ ଗାର୍ଡ

NEWS7
Puri News

ପୁରୀ ୧୬୯: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ସମୟରେ ରିପ୍ କରେଣ୍ଟରେ ପଡି ବୁଡ଼ି ଯାଇଥିଲେ ପର୍ଯ୍ୟଟକ । ଉଦ୍ଧାର କଲେ ଲାଇଫ୍ ଗାର୍ଡ । ପୁରୀ ସମୁଦ୍ର କୂଳର ସେକ୍ଟର ୯ରେ ଏଭଳି ଘଟଣା ଘଟିଥିଲା । ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି କେନ୍ଦୁଝର ଅଞ୍ଚଳର ବିକାଶ ନାୟକ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ବିକାଶ ସମୁଦ୍ର କୂଳ ସେକ୍ଟର ୯ରେ ସ୍ନାନ କରୁଥିଲେ । ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ୍ କରେଣ୍ଟରେ ପଡି ବିକାଶ ଗଭୀର ସମୁଦ୍ରରେ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡ ମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ବିକାଶଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ଲାଇଫ୍ ଗାର୍ଡ । ତେବେ ଲାଇଫ୍ ଗାର୍ଡଙ୍କ ଏଭଳି କାର୍ଯ୍ୟ ବେଶ୍ ପ୍ରଶଂସନୀୟ । ମରଣ ମୁହଁରୁ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଥିବାରୁ ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନେ ଲାଇଫ୍ ଗାର୍ଡଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ।