LIVE TV

ସମୁଦ୍ରରେ ସ୍ନାନ ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡିଯାଉଥିଲେ ପର୍ଯ୍ୟଟକ, ଲାଇଫ୍ ଗାର୍ଡଙ୍କ ଯୋଗୁଁ ପାଇଲେ ନୂଆ ଜୀବନ

NEWS7
Puri

ପୁରୀ ୨୩।୯: ପୁଣି ରିପ୍ କରେଣ୍ଟ‌ ହେଲା କାଳ । ପୁରୀ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ରିପ୍ କରେଣ୍ଟରେ ପଡ଼ି ବୁଡିଗଲେ ପର୍ଯ୍ୟଟକ । ସମୁଦ୍ର କୂଳ ସେକ୍ଟର ୩ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପୁରୀ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ରିପ୍ କରେଣ୍ଟରେ ପଡ଼ି ବୁଡିଗଲେ ପର୍ଯ୍ୟଟକ । ପର୍ଯ୍ୟଟକ ଜଣକ ଗଭୀର ସମୁଦ୍ର ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଲାଇଫ ଗାର୍ଡ ମାନେ ତୁରନ୍ତ ଗଭୀର ସମୁଦ୍ର ଭିତରକୁ ଯାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ପର୍ଯ୍ୟଟକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ଲାଇଫ ଗାର୍ଡ । ଉଦ୍ଧାର ପର୍ଯ୍ୟଟକ ଜଣକ ଯାଜପୁର ଜିଲ୍ଲାର ସଞ୍ଜୟ କୁମାର ପଣ୍ଡା । ସମୁଦ୍ର କୂଳ ସେକ୍ଟର ୩ରେ ରମାକାନ୍ତ ସ୍ନାନ କରୁଥିବା ସମୟରେ ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ୍ କରେଣ୍ଟରେ ପଡି ସମୁଦ୍ରରେ ବୁଡ଼ି ଯାଇଥିଲେ ସଞ୍ଜୟ । ଲାଇଫ୍ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ନୂଆ ଜୀବନ ପାଇଥିବା କହିଛନ୍ତି ଉଦ୍ଧାର ହୋଇଥିବା ପର୍ଯ୍ୟଟକ ।