News7 Logo

ଚନ୍ଦ୍ରଗ୍ରହଣରେ ଦେଖାଯିବ ବିରଳ ଦୃଶ୍ୟ, ୮୨ ମିନିଟ ଧରି ଲାଲ ହୋଇଯିବ ଜହ୍ନ

NEWS7
blood-red

ଭୁବନେଶ୍ୱର ୦୬/୦୯: ରବିରାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହାରି ଭିତରେ କାଲି ଆକାଶରେ ଦେଖାଯିବ ଆଲୌକିକ ଦୃଶ୍ୟ । ୮୨ ମିନିଟ ପର୍ଯ୍ୟନ୍ତ ଧରି ଜହ୍ନ ଲାଲ ରଙ୍ଗର ହୋଇଯିବ । ସେହି ସମୟରେ, ଶନି ଗ୍ରହ ମଧ୍ୟ ପୂର୍ଣ୍ଣ ଦୃଶ୍ୟମାନ ହେବ । ବରିଷ୍ଠ ବୈଜ୍ଞାନିକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ରବିବାର ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିଛି । ଏହି ଦିନ ଚନ୍ଦ୍ର ପୃଥିବୀର ଭିତର ଛାୟାରେ ପ୍ରବେଶ କରିବ ।

ସୂର୍ଯ୍ୟ  କିରଣ ବାୟୁମଣ୍ଡଳ ଦେଇ ଯିବା ଯୋଗୁଁ ଚନ୍ଦ୍ର ଲାଲ ହୋଇଯିବ । ଏହାକୁ ରେଡ୍‌ ମୁନ୍‌ ବା ଲୋହିତ ଜହ୍ନ ମଧ୍ୟ କୁହାଯାଏ । ଚନ୍ଦ୍ର  ନିକଟରେ ହଳଦିଆ ବିନ୍ଦୁ ପରି ଝଲସୁଥିବା ଶନିକୁ ଖାଲି ଆଖିରେ  ଦେଖିପାରିବେ । ଟେଲିସ୍କୋପ  ମାଧ୍ୟମରେ ଦେଖିଲେ ଏହାର ବଳୟ  ସ୍ପଷ୍ଟ ହେବ । ସେହି ସମୟରେ, ଏକ  ହାଲୁକା ନୀଳ-ସବୁଜ ବିନ୍ଦୁ ପରି ନେପଚ୍ୟୁନ ଦୃଶ୍ୟମାନ ହେବ ।