LIVE TV

ମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ ଅଘଟଣ, ନଦୀରେ ବୁଡ଼ି ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ

NEWS7
Ganjam

ଦିଗପହଣ୍ଡି ୩୦।୯: ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଜଣେ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ କଳିଙ୍ଗଦଳା ନିକଟରେ ଥିବା ବାହୁଦା ନଦୀରେ ଘଟିଛି ଏଭଳି ବଡ଼ ଅଘଟଣ ।

ସୂଚନାଯୋଗ୍ୟ ଯେ, ଗୋଟିଏ ପରିବାରର ୪ ଜଣ ନଦୀ ପାର ହେଉଥିବା ବେଳେ ବୁଡି ଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ଚିକିଟି ମେଡିକାଲ ନେଇଥିଲେ ସ୍ଥାନୀୟ ଲୋକ । ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଗୁରୁତର ରହିଥିବା ଜଣାପଡିଛି ।

ସେମାନେ ସମସ୍ତେ ରତ୍ନେଇ ମନ୍ଦିରଙ୍କୁ ଦର୍ଶନ କରିବାକୁ ଆସିଥିଲେ । ଦର୍ଶନ ସାରି ପ୍ରସାଦ ସେବନ କରି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ମା’-ଝିଅ ଓ ନାତି-ନାତୁଣୀଙ୍କ ମୃତ୍ୟୁ ହେଇଥିବା ଜଣାପଡିଛି ।