News7 Logo

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ : ୪୮ ଘଣ୍ଟା ପରେ ନାବାଳକ ସହ ୩ ଅଭିଯୁକ୍ତ ଗିରଫ

NEWS7

କୋରାପୁଟ ୩୯: କୋରାପୁଟ ଟାଉନ ଥାନା ଅନ୍ତର୍ଗତ ପଦ୍ମପୁର ଓ ପଣସପୁଟ ରାସ୍ତାର ବାଉଁଶଗୁଡ଼ା ଛକ ନିକଟରେ ଅନ୍ତେ ମାଳିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ୪୮ ଘଣ୍ଟା ପରେ ପୋଲିସକୁ ମିଳିଛି ସଫଳତା । ଜଣେ ନାବାଳକ ସହ ୩ ଜଣଙ୍କୁ ଗିରଫ କରିଥିବା କୋରାପୁଟ ଟାଉନ୍ ଥାନାରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅତିରିକ୍ତ ଏସ୍‌ପି ଅମ୍ବିତ କୁମାର ମହାନ୍ତିଙ୍କ ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ ନେଇ ଯୋଜନାବଦ୍ଧ ଭାବରେ ଆକ୍ରମଣ କରି ହତ୍ୟା କରିଛନ୍ତି । ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ଅଭିଯୁକ୍ତ ରାହୁଲ ବେନିଆ ଏବଂ ମୃତକ ଅନ୍ତେ ମାଳିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କୋରାପୁଟ ଟାଉନ୍ ପୋଲିସ ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌କୁ ମିଳିଛି ସଫଳତା । ଗିରଫ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରାଯିବା ନେଇ ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି ।