LIVE TV

‘ଆମ ସିଷ୍ଟମରେ କ୍ୟାନସର ରହିଛି’, ଭାରତଠୁ ଶୋଚନୀୟ ପରାଜୟ ପରେ ଇଣ୍ଡିଜ କ୍ରିକେଟ୍ କୋଚଙ୍କ କ୍ଷୋଭ

NEWS7
darren sammy

ନୂଆଦିଲ୍ଲୀ: ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଅକ୍ଟୋବର ୧୦ରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜକୁ ସହଜରେ ପରାସ୍ତ କରିଛି। ଏହି ପରାଜୟ ପରେ ଓ୍ଵେଷ୍ଟଇଣ୍ଡିଜର ମୁଖ୍ୟ କୋଚ୍ ଡାରେନ ସାମି ସ୍ଵୀକାର କରିଛନ୍ତି ଯେ, ତାଙ୍କ ଦଳ ସମାଲୋଚନାର ପାତ୍ର। ମାତ୍ର ତାଙ୍କର କହିବା କଥା ଦିନେ କ୍ରିକେଟ୍ ଜଗତରେ ଦୁର୍ଦ୍ଦଷ ଟିମ୍  ଥିଲା ଓ୍ଵେଷ୍ଟଇଣ୍ଡିଜ।  ଦଳର ସାଂପ୍ରତିକ ସ୍ଥିତି ନିକଟରେ ନିଆଯାଇଥିବା ନିଷ୍ପତ୍ତି କାରଣରୁ ହୋଇ ନାହିଁ ବରଂ ଦଶନ୍ଧିର ପୁରୁଣା ତ୍ରୁଟି କାରଣରୁ ଏମିତି ହୋଇଛି।

ଭାରତ ବିପକ୍ଷ ଦିଲ୍ଲୀରେ ଖେଳା ଯିବାକୁ ଥିବା ଦ୍ଵିତୀୟ ଟେଷ୍ଟ ପୂର୍ବରୁ ପୂର୍ବତନ ଅଧିନାୟକ କହିଛନ୍ତି, ଓ୍ଵେଷ୍ଟଇଣ୍ଡିଜ ଗତ ଚାରି ଦଶନ୍ଧିରେ ଭାରତଠୁ ଟେଷ୍ଟ ସିରିଜ୍ କାହିଁକି ଜିତି ନାହିଁ। ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ସାମ୍ନାରେ ଆଗାମୀ ଦିନରେ ବହୁତ ବଡ଼ ଆହ୍ଵନ ରହିଛି। ବର୍ତ୍ତମାନ ମୋର କୋଚ୍ ଭାବେ କାର୍ଯ୍ୟକଳାପ ଏବେ ତଦନ୍ତ ଘେରରେ ରହିଛି। ମାତ୍ର ଦଳର ଏହି ସମସ୍ୟା ଦୁଇ ବର୍ଷ ପୂର୍ବରୁ ଆରମ୍ଭ ହୋଇ ନ ଥିଲା। ଏହା ବହୁତ ପୂର୍ବରୁ ଚାଲି ଆସିଛି।  ଏହି ସଙ୍କଟକୁ ସେ କ୍ୟାନସର ସହ ତୁଳନା କରିଛନ୍ତି, ଯାହା ଅନେକ ପିଢି ପର୍ଯ୍ୟନ୍ତ ବ୍ୟାପି ସାରିଛି। 

ଇଣ୍ଡିଜ କ୍ରିକେଟ୍ ଦଳର ସିଷ୍ଟମ ଏକ କ୍ୟାନସର ପରି ସ୍ଥିତିରେ ରହିଛି।  ଯଦି ଆପଣ କ୍ୟାନସର ଉପଚାର ନ କରନ୍ତି ତେବେ ସମସ୍ତେ ଜାଣିଛନ୍ତି ପରିଣାମ କଣ ହୁଏ। କାରଣ ବର୍ତ୍ତମାନ ସ୍ତନ କର୍କଟର ମାସ। ଏଥିପାଇଁ ଏହି ଉଦାହରଣ ଏବେ ଦେବା ଠିକ୍ ହେବ। ଆମର ସମସ୍ୟା ମାଟିରେ ନୁହେଁ ପୂରା ମୂଳରେ ରହିଛି ବୋଲି ଡାରେନ ସାମି କହିଛନ୍ତି।

ସାମି କହିଛନ୍ତି, ପ୍ରଥମ ଟେଷ୍ଟ ଇନିଂସ ଓ ୧୪୦ ରନରେ ହାରିବା ପୁଣି ଥରେ ଦର୍ଶାଇଛି ଯେ, ଓ୍ଵେଷ୍ଟଇଣ୍ଡିଜ ଏବଂ ଦୁନିଆର ଶୀର୍ଷ ଦଳ ମଧ୍ୟରେ କେତେ ବଡ଼  ବ୍ୟବଧାନ ରହିଛି। ଆମେ କେବଳ ସେହି ଖେଳାଳିଙ୍କ ସହ କାମ କରି ପାରିବୁ ଯିଏ ବର୍ତ୍ତମାନ ଆମ ସହ ଅଛନ୍ତି ଏବଂ ଯିଏ ଖେଳିବାକୁ ପ୍ରସ୍ତୁତ ଅଛି। ଦୁନିଆର କିଛି ଫ୍ରାଞ୍ଚାଇଜ ଟିମ ତୁଳନାରେ ଆମର ସ୍ଥିତି ବହୁତ ଦୁର୍ବଳ ରହିଛି।  ଆମକୁ ମୂଳ ସମସ୍ୟା ଖୋଜିବାକୁ ପଡ଼ିବ ଏବଂ ସେହି ଦିଗରେ ସୁଧାର କରିବାର ଆବଶ୍ୟକତା ଥିବା ସାମି କହିଛନ୍ତି।