ନୂଆଦିଲ୍ଲୀ: ଆମେରିକାର ଟାରିଫ ଚାପରେ ପ୍ରଭାବ ଭରତୀୟ ମୁଦ୍ରା ଉପରେ ପଡ଼ିବାରେ ଲାଗିଛି। ମଙ୍ଗଳବାର ଭାରତୀୟ ଟଙ୍କା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୮ ପଇସା ହ୍ରାସ ପାଇ ୮୮.୧୮ ରେ ବନ୍ଦ ହୋଇଥିଲା। ମୁଖ୍ୟତଃ ଆମେରିକା ସହିତ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ନେଇ ଚାଲିଥିବା ଅନିଶ୍ଚିତତା, ବିଦେଶୀ ପାଣ୍ଠିର ନିରନ୍ତର ପ୍ରବାହ ଏବଂ ଘରୋଇ ଇକ୍ୱିଟି ବଜାରରେ ଏକ ନିମ୍ନଗାମୀ ଧାରା ଯୋଗୁ ଭାରତୀୟ ମୁଦ୍ରା ହ୍ରାସ ପାଇଛି।

ମୋଦୀ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପୂର୍ବରୁ ଟଙ୍କା ଦୁର୍ବଳ ନେଇ କଂଗ୍ରେସ ସରକାର ଉପରେ ପର୍ବଳ ବର୍ଷିଥିଲେ।  ହେଲେ ଏବେ ମୋଦୀଙ୍କ ସରକାର ରହିଥିଲେ ବି ଭାରତୀୟ ମୁଦ୍ରା ନିମ୍ନଗତିରୁ ସୁଧୁରିପାରୁ ନାହିଁ। ଏହା ନିରନ୍ତର ଦୁର୍ବଳ ହେଉଛି। ସରକାରଙ୍କଠାରୁ ଆରବିଆଇ ପର୍ଯ୍ୟନ୍ତ, ସମସ୍ତେ ଟଙ୍କାକୁ ବୃଦ୍ଧି କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଛନ୍ତି। ଏହାସତ୍ତ୍ୱେ ମଧ୍ୟ, ଟଙ୍କା ଏପର୍ଯ୍ୟନ୍ତ ମଜଭୁତ ହୋଇପାରି ନାହିଁ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଚଳିତ ବର୍ଷ ଟଙ୍କା ଏପର୍ଯ୍ୟନ୍ତ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଚଳିତ ପିକ୍‌ରୁ ୫ ପ୍ରତିଶତ କମିଛି ଟଙ୍କା ମୂଲ୍ୟ। ମଙ୍ଗଳବାର (ସେପ୍ଟେମ୍ବର ୨)ରେ ଟଙ୍କା ଏହାର ରେକର୍ଡ ସର୍ବନିମ୍ନ ସ୍ତରରେ ବନ୍ଦ ହୋଇଛି। ଏହା ପୂର୍ବରୁ ମେ ୨ ତାରିଖରେ ବାଣିଜ୍ୟ ଅଧିବେଶନ ସମୟରେ ଟଙ୍କା ଚଳିତ ବର୍ଷ ସବୁଠାରୁ ଶକ୍ତିଶାଳୀ ସ୍ଥିତିରେ ଥିଲା।

ବିଶେଷଜ୍ଞଙ୍କ ମତରେ, ଶୁଳ୍କର ପ୍ରଭାବ ଟଙ୍କା ଉପରେ ଅଧିକ ଦେଖାଯାଉଛି। ଯାହା ଯୋଗୁଁ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। ଏବେ ଟ୍ରମ୍ପ ଔଷଧ ଉପରେ ମଧ୍ୟ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଏହି ଶୁଳ୍କ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଲାଗୁ ହୋଇପାରେ। ଏପରି ପରିସ୍ଥିତିରେ, ଟଙ୍କାର ଅବସ୍ଥା ଆହୁରି ଖରାପ ହେବାର ଦେଖାଯାଇପାରେ। ​​​​​​​