News7 Logo

ଗଣିତ ଆସିଲାନି ବୋଲି ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟିତ୍ରୀ

NEWS7
Bhubaneswar

ଭୁବନେଶ୍ବର ୩୯: ମାଡ଼ ମାରି ଆଖି ଫଟେଇଦେଲେ ଶିକ୍ଷୟିତ୍ରୀ । ଭୁବନେଶ୍ବରର ଏକ ବିଦ୍ୟାଳୟରେ ଏଭଳି ଅଭବନୀୟ ଘଟଣା ଘଟିଛି I ଏ ନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟିତ୍ରୀ I ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟେଇ ଦେଇଥିବା ଅଭିଯୋଗ I ୯ ବର୍ଷର ଛାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ଆଇ ହସ୍ପିଟାଲରେ ଚିକିତ୍ସା ପରେ ଥାନାକୁ ଅଣାଯାଇଛି I