LIVE TV

ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

NEWS7
Sum Ultimate Medicare

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ପକ୍ଷରୁ ଅତ୍ୟନ୍ତ ଉତ୍ସାହର ସହ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲ୍‌ର କର୍ମକର୍ତାଙ୍କ ପକ୍ଷରୁ ମହତ୍ୱପୂର୍ଣ୍ଣ ଆଲୋଚନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମମର ଫାର୍ମାସୀ ବିଭାଗର ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ଦାସମହାପାତ୍ର ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ହସ୍ପିଟାଲ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଏକ ସ୍ୱତନ୍ତ୍ର ବାର୍ତା ମାଧ୍ୟମରେ ସୁରକ୍ଷିତ ଚିକିତ୍ସା ନିମନ୍ତେ ଫାର୍ମାସିଷ୍ଟମାନଙ୍କର ସ୍ୱତନ୍ତ୍ର ଦାୟିତ୍ୱ ରହିଛି ବୋଲି କହିଥିଲେ । ସେମାନେ କେବଳ ଉପଯୁକ୍ତ ଚିକିତ୍ସା ନୁହେଁ ବରଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ରୋଗୀର ବିଶ୍ୱାସ ବଢ଼ାଇବାରେ ସ୍ୱତନ୍ତ୍ର ଭୂମିକା ତୁଲାଇଥାନ୍ତି ବୋଲି ଡକ୍ଟର ଦାଶ କହିଥିଲେ ।  ଚଳିତ ବର୍ଷର ପ୍ରସଙ୍ଗ ଥିଙ୍କ ହେଲ୍‌ଥ, ଥିଙ୍କ ଫାର୍ମାସିଷ୍ଟକୁ ନେଇ କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା କରାଯାଇଥିଲା ।

ଏକ ବାର୍ତାରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଫାର୍ମାସିଷ୍ଟମାନଙ୍କ ଭୂମିକା କେବଳ ଔଷଧ ପ୍ରଦାନ ନୁହେଁ ତାଠାରୁ ଅଧିକ ବ୍ୟାପକ ବୋଲି କହିଛନ୍ତି । ସେମାନେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ଜଣେ ଜଣେ ସହଯୋଗୀ ଯେଉଁମାନେ କି ରୋଗୀ ସେବାର ମୂଳଦୁଆକୁ ସୁଦୃଢ଼ କରିଥାନ୍ତି ବୋଲି ପ୍ରଫେସର ନାୟକ କହିଛନ୍ତି । କାର୍ଯ୍ୟକ୍ରମ ଶେଷରେ କ୍ଲିନିକାଲ୍ ଫାର୍ମାକୋଲଜି ବିଭାଗର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।