ସମ୍ବଲପୁର: ଛାତ୍ରଛାତ୍ରୀମାନେ କେତେ ପରିମାଣର ମିଠା, ଚିନି, ତେଲ ଆଦି ଖାଇବେ ସେନେଇ ସଚେତନ କରାଯିବ। ଏଥିପାଇଁ ଆଗକୁ ସିବିଏସଇର ପ୍ରତ୍ୟେକ ସ୍କୁଲରେ ସୁଗାର ବୋର୍ଡ ଲଗାଯିବ। ଶନିବାର ସମ୍ବଲପୁରରେ କାର୍ଡିଓଲୋଜି ସୋସାଇଟି ଅଫ ଇଣ୍ଡିଆର ୩୦ ତମ ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶରେ ବଢୁଥିବା ଓବେସିଟି ନେଇ ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ଉପରେ ଆମେ ସମସ୍ତେ ଧ୍ୟାନ ଦେବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।