LIVE TV

ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା : ଆଖିରେ ଚଷମା, ପାଖରେ ପାଣି ରଖି ବାଣ ଫୁଟାଇବାକୁ ପରାମର୍ଶ

NEWS7
Capital Hospital

ଭୁବନେଶ୍ବର ୧୦: ଦୀପାବଳି ପାଇଁ ଆଲର୍ଟରେ କ୍ୟାପିଟାଲ ହସ୍ପିଟାଲ । ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଜାରି ହେଲା ଚିଠି । ଦୀପାବଳିକୁ ନଜରରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ଵତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ସ୍ଵତନ୍ତ୍ର ଭାବେ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି । କାଜୁଆଲିଟି ଠାରୁ ଆରମ୍ଭ କରି ଡ୍ରେସିଂ ରୁମ୍ ପର୍ଯ୍ୟନ୍ତ ଅଧିକ ସ୍ଵାସ୍ଥ୍ୟ କର୍ମୀ ନିୟୋଜିତ କରାଯିବ । ସ୍ବତନ୍ତ୍ର ଭାବେ ଚର୍ମ, ଅସ୍ଥିଶଲ୍ୟ, ଚକ୍ଷୁ ଓ ଭେଷଜ ବିଶେଷଜ୍ଞଙ୍କୁ ନିୟୋଜିତ କରାଯିବ । କାଜୁଆଲିଟି ବାହାରେ ଅଧିକ ସଂଖ୍ୟାରେ ଷ୍ଟ୍ରେଚର ଓ ହୁଇଲ୍ ଚେୟାର ବ୍ୟବସ୍ଥା କରାଯାଇଛି । ଯଦି ଅଧିକ ପୋଡ଼ା ରୋଗୀ ଆସନ୍ତି ତାହେଲେ ବର୍ଣ୍ଣ ୟୁନିଟ୍‌ ପଠାଯିବ । ସେଠାରେ ପ୍ରାଥମିକ ପର୍ଯ୍ୟାୟରେ ଅଧିକ ୪ଟି ଶଯ୍ୟା ରହିଛି ବୋଲି ଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ କହିଛନ୍ତି ।

ସେପଟେ ସୁରକ୍ଷିତ ଓ  ନିରାପଦ ଭାବେ ବା ଫୁଟାଯିବା ପାଇଁ ନିବେଦନ କରାଯାଇଛି । ଆଖିରେ  ଚଷମା ପିନ୍ଧି, ପାଖରେ ପାଣି ରଖି ସତର୍କତା ସହ ଦୀପାବଳି ପାଳିବା ପାଇଁ ପରାମର୍ଶ ଦିଆଯାଇଛି । ଏହାସହ  ଗ୍ରୀନ୍ ବା ବ୍ୟବହାର କରିବାକୁ ନିବେଦନ କରାଯାଉଛି । ଡାକ୍ତର ଦାସ ପରାମର୍ଶ ଦେଇଛନ୍ତି, ଆଲୋକ ପର୍ବ ଦୀପାବଳିକୁ ଆନନ୍ଦ ଓ ପାରମ୍ପରିକ ଢଙ୍ଗରେ ପାଳନ କରନ୍ତୁ । ବିଶେଷ କରି ବାଣ ଫୁଟାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ପିଲାଙ୍କ ପାଖରେ ଅଭିଭାବକ ମାନେ ଉପସ୍ଥିତ ରହନ୍ତୁ । ପାଖରେ ଅଧିକ ପରିମାଣରେ ପାଣି ମହଜୁଦ ରଖନ୍ତୁ । ସୂତା ବସ୍ତ୍ର ପିନ୍ଧନ୍ତୁ । କୌଣସି ଅଘଟଣ ହେଲେ ତୁରନ୍ତ ହସ୍ପିଟାଲ ଆଣନ୍ତୁ । ସବୁଠାରୁ ବଡ଼ କଥା ପରିବେଶ ସୁରକ୍ଷା ସହିତ ଶବ୍ଦ ପ୍ରଦୂଷଣରୁ ଦୂରେଇ ରହି ଆଲୋକ ପର୍ବ ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି

​​​​​​​