ନୂଆଦିଲ୍ଲୀ: ଭାରତ ଗସ୍ତରେ ତିନି ଫର୍ମାଟର ସିରିଜ୍ ଖେଳିବା ପାଇଁ ଗସ୍ତ କରିବ ଦକ୍ଷିଣ ଆଫ୍ରିକା। ନଭେମ୍ବର ୧୫ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍। ଏହି ସିରିଜ୍ ପାଇଁ ସୋମବାର ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳ ଘୋଷଣା ହୋଇଛି। ଦଳରେ ଅଧିନାୟକ ତେମ୍ବା ବାଭୁମାଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଛି। ଆହତ କାରଣରୁ ବାଭୁମାଙ୍କ ପାକିସ୍ତାନ ଗସ୍ତରୁ ବାଦ୍ ପଡ଼ିଥିଲେ।

ଘୋଷିତ ୧୫ ଜଣିଆ ଦଳରେ ସେନୁରନ ମୁଥୁସାମି, କେଶବ ମହାରାଜ ଓ ସାଇମନ ହାର୍ମରଙ୍କ ରୂପେ ତିନି ଜଣ ସ୍ପିନରଙ୍କୁ ଦଳରେ ସାମିଲ୍ କରାଯାଇଛି। ଏହି ତିନି ବୋଲର ବ୍ୟାଟିଂରେ ବି ଯୋଗଦାନ ଦେଇ ପାରନ୍ତି। ଦଳରେ କାଗିସୋ ରାବଡ଼ା, ମାର୍କୋ ଜନସେନ, ଓ୍ଵିୟାନ ମୁଲଡର ଓ କର୍ବିନ ବୋଶଙ୍କ ପରି ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି। ଦେଖିବାକୁ ବାକି ରହିଲା ଯେ, ଭାରତ କେଉଁ ପ୍ରକାରର ପିଚ୍ ପ୍ରସ୍ତୁତ କରିବ। ଉଭୟ ସ୍ପିନ ଓ ଦ୍ରୁତ ବୋଲିଂ ଟ୍ରାକକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ନିଜର ଦଳ ଘୋଷଣା କରିଛି। 

ପ୍ରଥମ ଟେଷ୍ଟ ନଭେମ୍ବର ୧୪ରୁ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ। ନଭେମ୍ବର ୨୨ରୁ ଗୌହାଟୀର ବରସାପରା ଷ୍ଟାଡିୟମରେ ଦ୍ଵିତୀୟ ତଥା ଶେଷ ଟେଷ୍ଟ ଖେଳାଯିବ। ଟେଷ୍ଟ ସିରିଜ୍ ପରେ ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ। ନିକଟରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସଂପନ୍ନ ହୋଇଛି। 

ଭାରତ ଗସ୍ତ ପାଇଁ ଦ. ଆଫ୍ରିକାର ଟେଷ୍ଟ ଦଳ

ତେମ୍ବା ବାଭୁମା(ଅଧିନାୟକ), କାର୍ବିନ ବୋଶ, ଡେଓ୍ଵାଲ୍ଡ ବ୍ରେଭିସ, ଟିନି ଡି ଜୋରଜି, ଜୁବେର ହମଜା, ସାଇମନ ହାର୍ମର, ମାର୍କୋ ଜନସେନ, କେଶବ ମହାରାଜ, ଆଡନ ମାରକ୍ରମ, ଓ୍ଵିୟାନ ମୁଲଡର, ସେନୁରନ ମୁଥୁସାମୀ, କାଗିସୋ ରାବଡ଼ା, ରିୟାନ ରିକେଲଟନ, ଟ୍ରିଷ୍ଟନ ଷ୍ଟବ୍ସ, କାଇଲ ଓ୍ଵେରେନ।

ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତର ପୂରା କାର୍ଯ୍ୟସୂଚୀ

ପ୍ରଥମ ଟେଷ୍ଟ- ନଭେମ୍ବର ୧୪ରୁ ୧୮, କୋଲକାତା

ଦ୍ଵିତୀୟ ଟେଷ୍ଟ- ନଭେମ୍ବର ୨୨ରୁ ୨୬, ଗୌହାଟୀ

ପ୍ରଥମ ଦିନିକିଆ- ନଭେମ୍ବର ୩୦, ରାଞ୍ଚି

ଦ୍ଵିତୀୟ ଦିନିକିଆ- ଡିସେମ୍ବର ୩, ରାୟପୁର

ତୃତୀୟ ଦିନିକିଆ- ଡିସେମ୍ବର ୬, ବିଶାଖାପଟନମ

ପ୍ରଥମ ଟି-୨୦- ଡିସେମ୍ବର ୯, କଟକ

ଦ୍ଵିତୀୟ ଟି-୨୦- ଡିସେମ୍ବର ୧୧, ମୁଲ୍ଲାନପୁର

ତୃତୀୟ ଟି-୨୦- ଡିସେମ୍ବର ୧୪, ଧର୍ମଶାଳା

ଚତୁର୍ଥ ଟି-୨୦- ଡିସେମ୍ବର ୧୭, ଲକ୍ଷ୍ନୌ

ପଞ୍ଚମ ଟି-୨୦- ଡିସେମ୍ବର ୧୯, ଅହମ୍ମଦାବାଦ