LIVE TV

ଏମିତି ପରିବାର, ଓଡିଶା ପ୍ରଶାସନିକ ସେବାରେ ପୁଅ କୃତକାର୍ଯ୍ୟ, ପୂର୍ବରୁ ପାଇଥିଲେ ଦୁଇ ଝିଅ

NEWS7
oas family

କଣ୍ଟାବାଞ୍ଜି ୨୭/୦୯: ଗୋଟିଏ ପରିବାରର ୩ ଜଣ ଓଏଏସ । ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ପରିବାର ସହ ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି । ବଲାଙ୍ଗିର ଜିଲା ସୀମାନ୍ତ ଶ୍ରୀରାମ ଗ୍ରାମର ମୂଳ ବାସିନ୍ଦା ବର୍ତ୍ତମାନ ସିନ୍ଧେକେଲାରେ ରହୁଥିବା ସୌରଭ ରଞ୍ଜନ ବାଗ ୩୦୯ ନମ୍ବର ରାଙ୍କ ରଖି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି ।

୨୦୨୩-୨୪ ବର୍ଷରେ ଭାଇ ସୌରଭ ରଞ୍ଜନ ବାଗ କୃତକାର୍ଯ୍ୟ ହୋଇଥିବା ବେଳେ ଭଉଣୀ ଦୀପ୍ତିରେଖା ବାଗ ୨୦୨୨-୨୩ ବର୍ଷରେ ୧୭୮ ନମ୍ବର ରାଙ୍କ ରଖିଥିଲେ । ପୂର୍ବରୁ ବଡ଼ ଭଉଣୀ  ସ୍ମୃତିରେଖା ବାଗ ୨୦୨୧-୨୨ ବର୍ଷରେ ୧୭୧ ନମ୍ବର ରେଙ୍କ ରଖି କୃତକାର୍ଯ୍ୟ ହୋଇଥିଲେ । ତିନି ବର୍ଷରେ ତିନି ଭାଇ ଭଉଣୀ ସଫଳତା ଅର୍ଜନ କରି ଅଞ୍ଚଳର ସୁନାମ ବଢାଇଛନ୍ତି ।

ଶିକ୍ଷକ ସୁରଜ ବାଗ ଓ ଶିକ୍ଷୟିତ୍ରୀ ଶାନ୍ତିଲତା ସିପକାଙ୍କ ତିନି ପୁଅଝିଅ ଙ୍କ ସଫଳତା ଏବେ ଚର୍ଚ୍ଚାରେ । ସୌରଭ ରଞ୍ଜନ ବାଗ ରାଉରକେଲା ଏନଆଇଟିରେ ପାଠପଢି ଚାକିରି ପାଇଥିଲେ ।ଚାକିରୀ ନ କରି ପ୍ରଶାସନିକ ସେବା ପାଇଁ ଆଗ୍ରହ ପ୍ରକାଶ କରି ପ୍ରସ୍ତୁତିରେ ଲାଗିପଡିଥିଲେ।  ତିନି ଭାଇ ଭଉଣୀ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଯୋଗୁଁ ଏବେ ଗୋଟିଏ ପରିବାରର ୩ ଭାଇ ଭଉଣୀ ଓଡ଼ିଶା ପ୍ରଶାସନିକ ସେବାରେ ।