News7 Logo

ରବିବାର ମୂଳାଷ୍ଟମୀ, ଦେବୀ ପୀଠରେ ଷୋଡ଼ଶ ଉପଚାର ପୂଜା: ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ ମାଆ

NEWS7
sodasha

କଟକ ୧୩/୦୯: ରବିବାର ମୂଳାଷ୍ଟମୀ । ଦେବୀ ପୀଠ ମାନଙ୍କରେ ଆରମ୍ଭ ହେବ ଷୋଡ଼ଶ ଉପଚାର ପୂଜା । ବିଶେଷ କରି କଟକର ଚଣ୍ଡୀ ମନ୍ଦିର, ଗଡଚଣ୍ଡୀ ମନ୍ଦିର, ଝାଞ୍ଜିରମଙ୍ଗଳା ମନ୍ଦିର ଭଳି ଶକ୍ତି ପୀଠରେ ମାଆଙ୍କର ସ୍ବତନ୍ତ୍ର ପୂଜା ଅର୍ଚ୍ଚନା ସହ କରାଯିବ । ଦୈନିକ ମାଆଙ୍କ ସ୍ୱତନ୍ତ୍ର ବେଶ କରାଯିବ । ଷୋଳ ଦିନ ଧରି ଏହି ପୂଜା କରାଯିବ । ସେଥିପାଇଁ ଚଳଚଞ୍ଚଳ କଟକର ଚଣ୍ଡୀ ମନ୍ଦିର, ଗଡଚଣ୍ଡୀ ମନ୍ଦିର, ଝାଞ୍ଜିରମଙ୍ଗଳା ମାଆଙ୍କ ମନ୍ଦିର । ସବୁଠି ପ୍ରସ୍ତୁତି ଶେଷ କରାଯାଇଛି ।

ରବିବାର ନଦୀରେ ଆବାହନ କରାଯାଇ ଘଟ ସ୍ଥାପନ କରାଯିବ । ଷୋଳ ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ମାଆଙ୍କର ସ୍ୱତନ୍ତ୍ର ବେଶ ମଧ୍ୟ କରାଯାଏ । ଏହା ପରେ ଭୁବନେଶ୍ଵରୀ ବେଶରୁ ବେଶ ଆରମ୍ଭ ହୋଇ ଶେଷ ଦିନ ମା ମହିସାମର୍ଦ୍ଧିନୀ ବେଶରେ ଦର୍ଶନ ଦେବା ସହ ପୂଜା ଶେଷ ହୋଇଥାଏ । ବର୍ଷକୁ ଥରେ କଟକର ବିଭିନ୍ନ ଦେବୀ ପୀଠରେ କରାଯାଇଥାଏ ସ୍ୱତନ୍ତ୍ର ପୂଜା ସହ ନୀତି କାନ୍ତି । ଏହା ଦେବୀ ପୀଠମାନଙ୍କରେ ବଡ଼ ପୂଜା ହୋଇଥିବାରୁ ଦର୍ଶନ ପାଇଁ ବହୁ ଭକ୍ତଙ୍କ ଭିଡ଼ ଜମିଥାଏ । ଷୋଡ଼ଶ ଉପଚାର ପୂଜା ମଧ୍ୟରେ ନବରାତ୍ର ପଡ଼ିଥାଏ ସେଥିପାଇଁ କେବଳ କଟକ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ କଟକ ଚଣ୍ଡୀ ମନ୍ଦିର ଓ ଗଡ ଚଣ୍ଡୀ ମନ୍ଦିରରେ ଭକ୍ତଙ୍କ ଅଧିକ ଭିଡ଼ ଜମିଥାଏ ।

କଟକର କିଛି ଭକ୍ତ ଷୋଳ ଦିନ ଯାଇ ମାଆଙ୍କୁ ଦର୍ଶନ କରନ୍ତି ତ ଆଉ କିଏ ନବ ରାତ୍ରର ନଅ ଦିନ ଯାଇ ମାଆଙ୍କୁ ଦର୍ଶନ କରିଥାଆନ୍ତି ବୋଲି କହିଛନ୍ତି ଭକ୍ତ । ତେବେ ବର୍ଷକୁ ଥରେ ମାଆ ଆସିଥାନ୍ତି ସେଥି ପାଇଁ ଭକ୍ତଙ୍କ ମଧ୍ୟରେ ଥାଏ । ବହୁତ୍ ଆନନ୍ଦ ଏହି ଷୋଡଶ ଉପଚାର ପୂଜାରେ ମାଆଙ୍କ ଶକ୍ତି ଅନୁଭବ ହୋଇଥାଏ ବୋଲି ଭକ୍ତ କହିଛନ୍ତି । ତେବେ ମାଆଙ୍କ ଆଶୀର୍ବାଦ ଓ ମା' ଯାହାକୁ ଚାହିଁବେ ମା' ତାଙ୍କୁ ଦର୍ଶନ ଦେଇଥାନ୍ତି ବୋଲି କହିଛନ୍ତି ଭକ୍ତ ।