LIVE TV

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ‘ବିକଶିତ ଭାରତ ଯୁବ ସଂଯୋଗ କାର୍ଯ୍ୟକ୍ରମ’, ସାମିଲ ହେଲେ ୩୨୦ ଏନଏସଏସ୍ ସ୍ୱେଚ୍ଛାସେବୀ

NEWS7
SOA

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ଏନ୍‌ଏସ୍‌ଏସ୍ ଶାଖା ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ବିକଶିତ ଭାରତ ଯୁବ ସଂଯୋଗ  କାର୍ଯ୍ୟକ୍ରମବୁଧବାର ଆଯୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଯୁବ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସହଯୋଗରେ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯୁବପିଢିଙ୍କ ମଧ୍ୟରେ ନେତ୍ୱତୃ, ସୃଜନଶୀଳତା ଓ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୪ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୨୦ରୁ ଊର୍ଦ୍ଧ୍ୱ ଏନଏସଏସ୍ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ । ଏନଏସଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶାଳୟ  ଏବଂ ସୋଆ ଏନଏସଏସ୍ ବ୍ୟୂରୋର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଏନଏସଏସ୍ ର ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ. ମାଇ ଭାରତଓଡିଶାର ରାଜ୍ୟ ନିର୍ଦ୍ଦେଶକ ଶ୍ରୀ ଶିବାଜୀ ଖାରାତ୍‌, ଭାରତ ସରକାରଙ୍କ ଯୁବ ଅଧିକାରୀ  ଶ୍ରୀ ଅଜିତ କୁସୱା, ଯୁବ ଆଇକନ୍ ଶ୍ରୀ ଓମ୍ ପ୍ରିୟଦର୍ଶୀ ଛୋଟରାୟ, ଆଇ ଆର ଓ ୟୁଓପି ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ ଶର୍ମା ପ୍ରୋଗାମ କୋଅର୍ଡିନେଟର ଏନଏସଏସ୍ ପ୍ରଫେସର କମଳ ଲୋଚନ ମହନ୍ତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଓ ଆଇଏଏସର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଉପସ୍ଥିତ ଥିଲେ ।

ପ୍ରଫେସର ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦୪୭ ସୁଦ୍ଧା ବିକଶିତ ଭାରତଦୃଷ୍ଟିକୋଣ ସାକାର କରିବାରେ ଯୁବଶକ୍ତିର ଅଧିକ ଭୂମିକା ରହିଛି । ସେଥିପାଇଁ ବିକଶିତ ଭାରତ ଯୁବ କନେକ୍ଟ ପ୍ରୋଗ୍ରାମର ଆୟୋଜନ କରାଯାଇଛି । ପିଲାମାନେ କିପରି ପ୍ରେରିତ ହେବେ ଏବଂ ଆଗାମୀ ୨୨ ବର୍ଷ ମଧ୍ୟରେ ସେମାନେ କିପରି ନିଜ ନିଜ କ୍ଷେତ୍ରରେ ଅବଦାନ ରଖିପାରିବେ ତାହା ଉପରେ ଏହି କାର୍ଯ୍ୟକ୍ରମ ଆଧାରିତ ବୋଲି ପ୍ରଫେସର ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ।