LIVE TV

ନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତା ବେଶରେ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ୱରୀ

NEWS7
Maa Sureswari

ସୁବର୍ଣ୍ଣପୁର ୨୬।୯: ସୁବର୍ଣ୍ଣପୁରର ଗଡ଼ଜାତର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସ୍କନ୍ଦମାତା ବେଶ । ଗୁରୁବାର ମା’ କୁଷ୍ମାଣ୍ଡା ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସେହିଭଳି ଶନିବାର ମା’ କାତ୍ୟାୟନୀ ବେଶ ଧାରଣ କରିବେ ।

ନବରାତ୍ର ପାଇଁ ପ୍ରତ୍ୟେକ ଦିନ ମା’ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶୁକ୍ରବାର ଭୋରରୁ ଦ୍ୱାରଫିଟା ପରେ ମା’ଙ୍କୁ ସୁବାଷିତ ଜଳରେ ସ୍ନାନ କରାଯାଇ ସ୍କନ୍ଦମାତା ବେଶ କରାଯାଇଥିଲା । ପରେ ମଙ୍ଗଳ ଆଳତୀ ସହ ମା’ଙ୍କୁ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ମା’ଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳୁଥିବା ବିଶ୍ୱାସ ରହିଥିବାରୁ ସୁରେଶ୍ୱରୀ ମନ୍ଦିରରେ ଶ୍ରଦ୍ଧାଳୁମାନେ ପହଞ୍ଚି ଶାନ୍ତି ଶୃଙ୍ଖଳାର ସହ ମା’ଙ୍କ ଦର୍ଶନ କରୁଛନ୍ତି ।