LIVE TV

ସ୍କନ୍ଦମାତା ବେଶରେ ଦର୍ଶନ ଦେଉଛନ୍ତି ବଲାଙ୍ଗିରର ମା’ ସମଲେଶ୍ବରୀ

NEWS7
Maa Samaleswari

ବଲାଙ୍ଗିର ୨୬।୯: ଚାଲିଛି ନବରାତ୍ରୀ । ଶକ୍ତିପୀଠରେ ମା’ଙ୍କର ଚାଲିଛି ପୂଜାର୍ଚ୍ଚନା । ମନ୍ତ୍ର-ତନ୍ତ୍ର-ଯନ୍ତ୍ରରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଉଛି । ବଲାଙ୍ଗିରର ମା’ ସମଲେଶ୍ବରୀଙ୍କ ମନ୍ଦିରରେ ବେଶ ଆଡ଼ମ୍ବରରେ ମଧ୍ୟ ପୂଜା ଚାଲିଛି । ୯ ଦିନ ଧରି ୯ଟି ରୂପରେ ପୂଜା ପାଉଛନ୍ତି ମା’ ସମଲେଶ୍ବରୀ । ପଞ୍ଚମ ଦିନରେ ମା’ ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି । ଭୋର ୪ଟାରୁ ଦ୍ୱାରଫିଟା ନୀତି ପରେ ସମସ୍ତ ନୀତିକାନ୍ତି ସହ ମଙ୍ଗଳ ଆଳତୀ ହୋଇଥିଲା । ପରେ ମା’ଙ୍କୁ ଭକ୍ତ ଦର୍ଶନ କରିଥିଲେ ।