News7 Logo

ସଂଘବଦ୍ଧ ଆକ୍ରମଣରେ ମୃତ୍ୟୁ ଘଟଣାରେ ୬ ଅଭିଯୁକ୍ତ ଗିରଫ

NEWS7
Arrest

ଦେବଗଡ ୫।୯: ଦେବଗଡ ଜିଲ୍ଲା ରିଆମାଳ ଥାନା କେନ୍ଦେଇଜୁରୀ ଗ୍ରାମରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ମୃତ୍ୟୁ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଘଟଣା ପରେ ଆହତ ବ୍ୟକ୍ତିଙ୍କ ବୟାନ ଓ ମୃତ କିଶୋର ଚମାରଙ୍କ ସ୍ତ୍ରୀ ମାନସୀ ଚମାରଙ୍କ ଲିଖିତ ଅଭିଯୋଗ ଆଧାରରେ ରିଆମାଳ ପୋଲିସ କେଶ ରୁଜୁ କରି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ତଦନ୍ତ ସମୟରେ ଅଟକ ଅଭିଯୁକ୍ତ ମାନେ ଏହି ସଂଘବଦ୍ଧ ଆକ୍ରମଣରେ ସଂପୃକ୍ତ ଥିବା ସ୍ପଷ୍ଟ ହେବା ପରେ ରିଆମାଳ ପୋଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେନ୍ଦେଇଜୁରୀ ଗ୍ରାମର ପ୍ରଭାତ କୁମାର ସାହୁ, ଘନଶ୍ୟାମ ପ୍ରଧାନ, ଗଜାନନ କଲେତ, କୁମରମଣୀ କାଲୋ, ସୁରେଶ କିଶାନ ଓ ନିକଟସ୍ଥ ମହେନ୍ଦ୍ରପୁର ଗ୍ରାମର ଦୀପକ କୁମାର ବେହେରା । ସମସ୍ତ ଅଭିଯୁକ୍ତଙ୍କୁ ଦଫା ୧୦୩(୧), ୧୮୯(୧), ୧୮୯(୪), ୧୯୦, ୧୯୧(୨), ୩୨୩(୨), ୩୨୪(୪) ବିଏନଏସ ଆଇନ ଅନୁଯାୟୀ ଗିରଫ କରାଯାଇଛି ।