LIVE TV

ଆମେରିକା ସାଉଥ କାରୋଲିନାର ବାର୍‌ରେ ଗୁଳିମାଡ଼; ୪ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ

NEWS7
america

ନୂଆଦିଲ୍ଲୀ ୧୩।୧୦; ଆମେରିକାର ଦକ୍ଷିଣ କାରୋଲିନାର ବାରରେ ଗୁଳିକାଣ୍ଡ ହୋଇଥିଲା। ଗୁଳିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ସେପଟେ ୨୦ ଜଣ ଆହତ ହୋଇଥିଲେ ବର୍ତ୍ତମାନ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସେମାନେ ଚିକିତ୍ସାଧୀନ ଅଛନ୍ତି। ଯାହାଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ଅଛି

ଘଟଣାଟି ଅକ୍ଟୋବର ୧୨ ତାରିଖ ଦିନ ଟା ସମୟରେ ଘଟିଥିଲା।  ସେହି ଅଞ୍ଚଳର ଏକ ଲୋକପ୍ରିୟ ସମାବେଶ ସ୍ଥାନ ୱିଲିସ ବାର୍ ଆଣ୍ଡ ଗ୍ରୀଲରେ ଘଟିଥିଲା। ବ୍ୟୁଫୋର୍ଟ କାଉଣ୍ଟି ସେରିଫଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଯେତେବେଳେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ, ସେମାନେ ଅନେକ ଲୋକଙ୍କୁ ଗୁଳି ବାଜିଥିବା ଦେଖିଲେ। ଅନେକ ପୀଡିତ ଏବଂ ସାକ୍ଷୀ ନିଜ ଜୀବନ ବଞ୍ଚାଇବା ପାଇଁ ନିକଟବର୍ତ୍ତୀ ଘର ଏବଂ ଦୋକାନକୁ ଦୌଡ଼ିଥିଲେ।​​​​​​​

ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି

ସେରିଫଙ୍କ ବିଭାଗ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ବିବୃତ୍ତି ଜାରି କରି କହିଛି, "ଏହା ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଦୁଃଖଦ ଏବଂ କଷ୍ଟକର ଘଟଣା। ଆମର ସମବେଦନା ସମସ୍ତ ପୀଡିତ ଏବଂ ସେମାନଙ୍କ ପରିବାର ସହିତ ଅଛି। ତଦନ୍ତ ଚାଲିଛି। ଦୟାକରି ଧର୍ଯ୍ୟ ରଖନ୍ତୁ।ଅଧିକାରୀମାନେ କହିଛନ୍ତି ଯେ ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛିଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ଅଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ପୋଲିସ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଛି କିନ୍ତୁ ଗୁଳିକାଣ୍ଡର ଉଦ୍ଦେଶ୍ୟ ଅସ୍ପଷ୍ଟ ରହିଛି।