LIVE TV

ଫିଲ୍ମ ଲାଇନ୍ ଛାଡିଲେ ଚାଲିଗଲେ ବିଦେଶ ! ଏବେ ୨୦୦୦କୋଟିର ମାଲିକାଣୀ ...

NEWS7
rambha

ନୂଆଦିଲ୍ଲୀ ୩୦।୦୯: ୯୦ ଦଶକର ଟପ୍‌ ହିରୋଇନ୍‌ । ଫ୍ୟାନ୍ସଙ୍କ ହୃଦୟରେ କରୁଥିଲେ ରାଜ୍‌ । ବଡ ବଡ ଅଭିନେତାଙ୍କ ସହ କରୁଥିଲେ କାମ । କିନ୍ତୁ ପସନ୍ଦ ଆସିଲାଣି ଫିଲ୍ମ ଲାଇନ୍‌ । ଛାଡି ଚାଲିଗଲେ ବିଦେଶ । ଆଉ ସେଠାରେ କଲେ ନୂଆ ଆରମ୍ଭ । ଆଉ ଏବେ କୋଟିକୋଟି ସମ୍ପତ୍ତିର ମାଲିକାଣୀ । ସେ ତେଲୁଗୁ ସୁପରଷ୍ଟାର ରଜନୀକାନ୍ତ, ବଲିଉଡ୍‌ର ଭାଇଜାନ ସଲମାନଙ୍କ ସହିତ କରିଛନ୍ତି ଅଭିନୟ । ସେ ହେଉଛନ୍ତି ୯୦ ଦଶକର ଅଭିନେତ୍ରୀ ବିଜୟଲକ୍ଷ୍ମୀ । ଯାହାଙ୍କୁ ଫ୍ୟାନ୍ସ ରମ୍ଭା ଭାବରେ ଜାଣିଥାନ୍ତି । ରମ୍ଭା ହେଉଛନ୍ତି ତାମିଲ ଅଭିନେତ୍ରୀ । କିନ୍ତୁ ସେ ତେଲୁଗୁ, ମଲାୟଲମ୍‌, ଏବଂ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି । ୯୦ ଦଶକର ଫ୍ୟାନ୍ସଙ୍କ ସ୍ୱପ୍ନର ନାୟିକା ବର୍ତ୍ତମାନ ୫ଟି କମ୍ପାନୀର ମାଲିକାଣୀ । ସେ ୨୦୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ ।  

ଅଭିନେତ୍ରୀ ରମ୍ଭା ମାତ୍ର ୧୫ ବର୍ଷ ବୟସରେ ମାଲାୟଲମ ସଙ୍ଗୀତ ନାଟକରେ କରିଥିଲେ ଡେବ୍ୟୁ । ରମ୍ଭା ୧୯୯୨ ମସିହାରେ ବିନୀତଙ୍କ ବିପକ୍ଷରେ "ସରଗମ" ଫିଲ୍ମରେ ଅଭିନୟ କରିଥିଲେ । ସଙ୍ଗୀତ ପ୍ରତି ଆଗ୍ରହୀ ଜଣେ ଗାଁର ସୁନ୍ଦରୀ, ଭାଷା ନ ଜାଣି ମଧ୍ୟ ଦର୍ଶକଙ୍କ ମନ ଜିଣିଥିଲେ । ତାଙ୍କ ଅଭିନୟର ଗଭୀରତା ଏବଂ ଆକର୍ଷଣ ପାଇଁ ତାଙ୍କୁ ପ୍ରଶଂସା କରାଯାଇଥିଲା । ଫିଲ୍ମଟି ବାଣିଜ୍ୟିକ ସଫଳତା ପାଇଥିଲା । ବର୍ଷର ତୃତୀୟ ସର୍ବାଧିକ ଆୟକାରୀ ଫିଲ୍ମ ଏବଂ ଜାତୀୟ ପୁରସ୍କାର ଜିତିଥିବା "ସରଗମ" ତାଙ୍କୁ ତୁରନ୍ତ ଷ୍ଟାରଡମ୍ ଶୀର୍ଷରେ ପହଞ୍ଚାଇଥିଲା । ଏହାପରେ ସେ ୧୯୯୩ରେ ମୁକ୍ତିଲାଭ କରିଥିବା ତେଲୁଗୁ ଫିଲ୍ମ "ଆ ଓକଡୁ ଆଡୁସୁ"ରେ ଅଭିନୟ କରିଥିଲେ ।  ଆଉ ଏହି ସଫଳତା ତାଙ୍କୁ "ରମ୍ଭା" ନାଁ ଦେଇଥିଲା ।

 ଏହାପରେ ରମ୍ଭା ରଜନୀକାନ୍ତ, ମାମୁତି, ଥାଲାପତି ବିଜୟ, ଅଜିତ କୁମାର, ଚିରଞ୍ଜୀବୀ, କୃଷ୍ଣ, ଭେଙ୍କଟେଶ, ନନ୍ଦାମୁରୀ ବାଲକ୍ରିଷ୍ଣା, ବିଜୟକାନ୍ତ, ପ୍ରଭାସ, କାର୍ତ୍ତିକ, ଏବଂ ଜଗପତି ବାବୁ ଭଳି ଷ୍ଟାରଙ୍କ ସହିତ ବ୍ୟାକ୍-ଟୁ-ବ୍ୟାକ୍ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ । "ଆଲାଘିଆ ଲୈଲା" ଗୀତ ପାଇଁ ସେ ସାରା ବିଶ୍ୱରେ ହୋଇଥିଲେ ପ୍ରସିଦ୍ଧ ।  ରମ୍ଭା ୧୯୯୫ର ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମ ଜଲ୍ଲାଦ ଜରିଆରେ ବଲିଉଡରେ କରିଥିଲେ ଏଣ୍ଟ୍ରି । ସେ ଅନିଲ କପୁର, ଗୋବିନ୍ଦା ଏବଂ ସୁନୀଲ ସେଟ୍ଟୀଙ୍କ ପରି ବଡ ଅଭିନେତାଙ୍କ ସହ ଅଭିନୟ କରିଥିଲେ । ସେ ସଲମାନଙ୍କ ସହ "ଜୁଡୱା" ଏବଂ "ବନ୍ଧନ" ଫିଲ୍ମରେ ଅଭିନୟ କରିଥିଲେ ।

 ତେବେ "ପେନ୍ ସିଙ୍ଗମ୍" ଫିଲ୍ମରେ ଶେଷ ଥର ପାଇଁ ଅଭିନୟ କରିଥିଲେ ରମ୍ଭା । ଏହାପରେ ୨୦୧୦ରେ ସେ କାନାଡିୟ ବ୍ୟବସାୟୀ ଇନ୍ଦ୍ରକୁମାର ପଦ୍ମନାଭନଙ୍କୁ ବିବାହ କରିଥିଲେ, ଆଉ ବିଦେଶ ଚାଲି ଯାଇଥିଲେ । ତାଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛି । ରମ୍ଭା ଏବେ ସଫଳ ବିଜନେସ୍‌ ଓ୍ବିମେନ । ତାଙ୍କର ୫ଟି କମ୍ପାନୀ ରହିଛି । ତାଙ୍କ ସ୍ୱାମୀ ଜଣେ ବଡ଼ ବ୍ୟବସାୟୀ।  ରମ୍ଭା ୨୦୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ । କୁହାଯାଉଛି କି ସେ ପୁଣି କମବ୍ୟାକ୍‌ କରିବାକୁ ଯାଉଛନ୍ତି ।