LIVE TV

କୋରାପୁଟରେ ଖୋଲିବ ଶାବର ଶ୍ରୀକ୍ଷେତ୍ର ସଂସ୍କୃତ ବିଦ୍ୟାପୀଠ, କୋଟିଆ ପିଲା ପଢ଼ିବେ ସଂସ୍କୃତ ପାଠ

NEWS7
Koraput

କୋରାପୁଟ ୨୮୯: କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ପଢ଼ାହେବ ସଂସ୍କୃତ ପାଠ । ଏ ନେଇ ନୂଆଦିଲ୍ଲୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଥିବା ଶାବର ଶ୍ରୀକ୍ଷେତ୍ର ଜ୍ଞାନ ମନ୍ଦିରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଭବାନୀ ଶଙ୍କର ଆଚାର୍ଯ୍ୟ ଉପସ୍ଥିତି ଥିଲେ ।

କୋରାପୁଟ ଠାରେ ଶାବର ଶ୍ରୀକ୍ଷେତ୍ର ସଂସ୍କୃତ ବିଦ୍ୟାପୀଠରେ ପାଠ୍ୟକ୍ରମ ଆରମ୍ଭ କରାଯିବ । ଏହି ବିଦ୍ୟାପୀଠରେ ପ୍ରଥମା, ପୂର୍ବମଧ୍ୟମା, ପ୍ରାକ୍ ଶାସ୍ତ୍ରୀ, କର୍ମକାଣ୍ଡ ଓ ପୁରୋହିତ୍ୟ ପାଠ୍ୟକ୍ରମ ସହ ଯୋଗ ଶାସ୍ତ୍ରରେ ପିଜି ଡିପ୍ଲୋମା ଅଧ୍ୟୟନ ଶିକ୍ଷା ପ୍ରଦାନ କରାଯିବ । ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଅଞ୍ଚଳରେ ପିଲାଙ୍କୁ ସଂସ୍କୃତ ଶିକ୍ଷା ପାଇଁ ସୁଯୋଗ ମିଳିଛି । କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ପିଲାଙ୍କୁ ସଂସ୍କୃତ ଶିକ୍ଷା ଦିଆଯିବ ବୋଲି ତାରା ବାହିନୀପତି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।