ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ‘ମୋନ୍ଥା’ର ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା କାକିନାଡ଼ା ଏବଂ ମଚ୍ଛଲିପଟ୍ଟନମ୍‌ ମଝିରେ ଏହା ସ୍ଥଳଭାଗ ଛୁଇଁବ। ଏମିତିରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସେଠାରେ ପ୍ରବଳ ବର୍ଷା ସହ ପବନ ବହିବା ଆରମ୍ଭ ହୋଇଯାଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ, ଆକଳନ ଅନୁସାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିବ। ଅବଶ୍ୟ ଲ୍ୟାଣ୍ଡଫଲ ପରେ କ୍ରମଶଃ ଦୁର୍ବଳ ହେବ ବାତ୍ୟା।'

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଏହି ଘୂର୍ଣ୍ଣିଝଡ଼ ଭୀଷଣ ବାତ୍ୟାର ଲ୍ୟାଣ୍ଡଫଲ୍‌ ସମୟରେ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୯୦-୧୦୦ କିମି ରହିବ। ସେହିଭଳି ଝଟକା ପବନ ୧୧୦ କିଲୋମିଟର ପ୍ରତିଘଣ୍ଟାରେ ବହିପାରେ। ବାତ୍ୟା ଯୋଗୁ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି କାକିନାଡ଼ା, ବିଶାଖାପାଟଣା, କୃଷ୍ଣା, ପଶ୍ଚିମ ଗୋଦାବରୀ ଭଳି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବ। ଏଥିପାଇଁ ଏସବୁ ଜିଲ୍ଲା ପାର୍ଇ ରେଡ୍ ଆଲର୍ଟ ଜାରି କରାଯାଇଛି।

ତେବେ ବାତ୍ୟା ଯୋଗୁ ଓଡ଼ିଶାକୁ ବିଶେଷ କ୍ଷତି ସମ୍ଭାବନା ନାହିଁ। ତଥାପି ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମରେ ଏହାର କିଛିଟା ପ୍ରଭାବ ପଡ଼ିବା ନେଇ ଆକଳନ କରାଯାଇଛି । ବାତ୍ୟା ପ୍ରଭାବରେ ଏସବୁ ଅଞ୍ଚଳରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି। ସେହିଭଳି ପଶ୍ଚିମବଙ୍ଗରେ ହାୱଡା, ଉତ୍ତର ୨୪ ପରଗଣା, ଇତ୍ୟାଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ପାଇଁ ୟୋଲୋ ଆଲର୍ଟ ଜାରି କରାଯାଇଛି। ​​​​​​​

Updating...