LIVE TV

ରାଜଧାନୀରେ ସେକ୍ସ ରାକେଟ୍ ଠାବ : ବିଲଡିଂରେ ସାଇଣ୍ଟିଫିକ୍ ଟିମ୍‌ର ଖୋଳତାଡ଼, ଅନୁଧ୍ୟାନ କଲା ମହିଳା କମିଶନ

NEWS7
Bhubaneswar

ଭୁବନେଶ୍ବର ୧୦: ରାଜଧାନୀରେ ସେକ୍ସ ରାକେଟ୍ ଠାବ ହେବା ଘଟଣାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି   ଇଣ୍ଟରଷ୍ଟେଟ୍ ଲିଙ୍କ ଯାଞ୍ଚ କରୁଛି ପୋଲିସ   ଅଭିଯୁକ୍ତ ମାନଙ୍କୁ ୫ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ କମିଶନରେଟ ପୋଲିସ । ରବିବାର ସଂପୃକ୍ତ ବିଲଡିଂରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଯାଞ୍ଚ କରିଛି ଘରର ସବୁ ଥାକ, ଖଟ ଆଉ ଆଲମାରୀ ଯାଞ୍ଚ କରିଛି ଏଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ମିଳିଛି, ଏଠାରୁ ସାମ୍ପଲ ସଂଗ୍ରହ କରିଛି ଟିମ୍ ସେହିପରି କିଛି ରକ୍ତନମୁନା ମଧ୍ୟ ମିଳିଛି  ନାବାଳିକା ଦୁଷ୍କର୍ମ ଅଭିଯୋଗର ସୁରାକ ଖୋଜି ଏହି ଘରେ ପହଞ୍ଚିଥିଲା ପୋଲିସ ମୋବାଇଲ୍ ନମ୍ବର୍ ଓ ସିସିଟିଭିରେ ମିଳିଥିବା ଭିଜୁଆଲକୁ ଯାଞ୍ଚ କରିବାରୁ ଏହି ଘରର ଠିକଣା ମିଳିଥିଲା  ରୁମ୍ ଭିତରେ ରୁମ୍ ଘରେ ପଶି ଅବାକ ହୋଇଯାଇଥିଲା ପୋଲିସ ଏଠାରୁ କିଛି ଝାଡ଼ଖଣ୍ଡର ଯୁବତୀଙ୍କୁ  ଉଦ୍ଧାର କରାଯାଇଥିଲା । ଅଭିଯୋଗ ହେଉଛି ଯେ ଏଠାରେ ଏକ ରାକେଟ ଚଳାଉଥିଲା ମଞ୍ଜୁ ସେଠୀ ମଞ୍ଜୁ ସେଠୀ, ଅବିନାଶ ମୁଦୁଲି, ମମତା ଦାସ ଓ ଘର ମାଲିକ ବାପି ଦାସକୁ ପୋଲିସ ଧରିଥିବା ବେଳେ ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି କିଙ୍ଗ୍‌ପିନ୍‌କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ଦୁଇଟି ଟିମ୍‌ ଯାଇଛନ୍ତି  

ସ୍ଥାନୀୟ ଲୋକେ ବହୁ ପୂର୍ବରୁ ଅଭିଯୋଗ କରିଆସୁଥିଲେ ଏହି ଘରକୁ ପ୍ରତ୍ୟେକ ଦିନ ଦାମୀ ଗାଡ଼ି ଆସୁଥିଲା ଓ ରହସ୍ୟମୟ ଲୋକଙ୍କର ଆତଯାତ ରହୁଥିଲା ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଲୋକଙ୍କୁ ଧମକ ଚମକ ଦେଇ ରଖିଥିଲେ ଘର ମାଲିକ । ଏହି ଘରକୁ ପୂରା ସିଲ୍‌ କରିବାକୁ ଲୋକେ ଦାବି କରିଛନ୍ତି

ସେହିପରି ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ମଧ୍ୟ ଲକ୍ଷ୍ମୀ ସାଗରରେ ପହଞ୍ଚି ସେହି ଘରର ଅନୁଧ୍ୟାନ କରିଛନ୍ତି ଘଟଣାରେ ଆଉ ଜଣେ ପାର୍ଟନର ବାରିକ ବାବୁ ଆଉ ମଞ୍ଜୁ ସେଠୀଙ୍କ ଜ୍ବାଇଁ ଫେରାର ଅଛନ୍ତି । କିଏ ସେ ବାରିକ ବାବୁ ।  ଯିଏ ବିଭିନ୍ନ ରାଜ୍ୟରୁ ଝିଅଙ୍କୁ ଆଣି ଏଠାରେ ଅନୈତିକ କାର୍ଯ୍ୟରେ ଲଗାଉଥିଲା । ରାଜଧାନୀରେ ବଡ଼ ବଡ଼ିଆଙ୍କୁ ଟ୍ରାପ କରିବା ପାଇଁ ଏହି ମହୁମାଛିଙ୍କୁ ବ୍ୟବହାର କରାଯାଉଥିବା ସନ୍ଦେହ ହେଉଛି ଏହି ରାକେଟରେ ବାଂଲାଦେଶୀ ସଂପୃକ୍ତ ଥିବା ମଧ୍ୟ ସନ୍ଦେହ କରାଯାଉଛି ।