LIVE TV

ସାନସୁଆର ପୁରୁଣା ଦୁର୍ଗା ପୂଜା ସମିତି’ ପକ୍ଷରୁ ପ୍ରଶାନ୍ତ ନନ୍ଦଙ୍କୁ ସମ୍ବର୍ଦ୍ଧନା

NEWS7
Sansura's Old Durga Puja Samiti felicitates Prashant Nanda

ଭୁବନେଶ୍ୱର : ଯାଜପୁର ଜିଲା ସାନସୁଆର ପୁରୁଣା ଦୁର୍ଗା ପୂଜା ସମିତିପକ୍ଷରୁ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ତଥା ରାଜନେତା ପ୍ରଶାନ୍ତ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଚିତ୍ତରଞ୍ଜନ ମିଶ୍ର ଏହି ସମ୍ମାନ ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଜ7ରେ ପ୍ରସାରିତ ଜନାଦୃତ କାର୍ଯ୍ୟକ୍ରମ ମାଗାନ୍ନା ଓଳିଗିର ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ବଳିଆର ସିଂହ, ନ୍ୟୁଜ7 କରେଣ୍ଟ ଆଫାୟାର୍ସ ମୁଖ୍ୟ ବିଜୟ କୁମାର ମହାନ୍ତି  ଓ ଚଳଚ୍ଚିତ୍ର ସଂରକ୍ଷଣ ବିଶେଷଜ୍ଞ କୌଶିକ ନାଥ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀ ନନ୍ଦଙ୍କୁ ତାଙ୍କ ଘରେ ପହଞ୍ଚି ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ପ୍ରଶାନ୍ତ ତାଙ୍କର ପ୍ରତିକ୍ରିୟା ରଖିଥିଲେ। ପ୍ରତିଟି କାର୍ଯ୍ୟରେ ନିଷ୍ଠା ,ସାଧନା ଓ ଭଲ ପାଇବା ରହିଲେ ତାହା ଲୋକଙ୍କ ଆଦର ପାଇବ ବୋଲି ସେ କହିଥିଲେ। ବର୍ତ୍ତମାନର ପିଢି ସବୁ କାର୍ଯ୍ୟରେ ନିଜ ନିଜର ଅଧ୍ୟବସାୟ ଓ ଅଧ୍ୟୟନ ରଖିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ। ଏଥିସହିତ ପୁରୁଣା ସିନେମାର ଚର୍ଚ୍ଚା କରିବା ସହ ଏହାର ସଂରକ୍ଷଣ,ସ୍କ୍ରିନ ପ୍ଲେ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିଲେ ଓଡ଼ିଆ ସିନେମାର ଏହି ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ।