ନୀଳଗିରି,୧୧/୯: ପୋଲିସ ଓ ମାଇନିଂ ଅଧିକାରୀଙ୍କ ପାଖରୁ ଜବତ ହୋଇଥିବା ଟ୍ରାକ୍ଟର ଛଡାଇନେଲେ ବାଲି ମାଫିଆ। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ଅଯୋଧ୍ୟା ଅଞ୍ଚଳରେ ଘଟିଛି। ନୀଳଗିରି ଥାନା ଅଧିନ  ପୁରୁଣା ଗାଁ ଅଞ୍ଚଳରେ ସୋନ ନଦୀରୁ ବାଲିଚୋରି ହେଉଥିବା ଖବର ପାଇ ବାଲି ଖାଦାନକୁ ପୋଲିସ ଏପିଆର ଫୋର୍ସ ସହାୟତାରେ ମାଇନିଂ ଅଧିକାରୀ ଚଢ଼ାଉ କରିଥିଲେ।

ବାଲି ବୋଝେଇ ଟ୍ରାକ୍ଟରକୁ ମାଫିଆମାନେ ବାଲି ତଳେ ଢାଳି ପଲାଇବା ସମୟରେ ଟ୍ରାକ୍ଟରକୁ  ଜବତ କରିଥିଲେ । ପରେ ଅଯୋଧ୍ୟା ଫାଣ୍ଡିକୁ ଆଣିବା ରାସ୍ତାରେ ପ୍ରତାପପୁର ନିକଟରେ କିଛି ମାଫିଆ ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ଗାଡି ଉପରେ ବସିଥିବା ପୋଲିସ ସହ ଟ୍ରାକ୍ଟରକୁ ଛଡାଇ ନେଇ ପଳାଇଥିଲେ।ପରେ ନୀଳଗିରି ପୋଲିସ ଯାଇ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।ଏନେଇ ମାଇନିଂ ଅଧିକାରୀ ଜିତେନ୍ଦ୍ର ଦାସ ଏକ ଲଖିତ ଅଭିଯୋଗ ନୀଳଗିରି ଥାନାରେ କରିଥିବା ଜଣାପଡ଼ିଛି।